ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ

ଏବେ ପର୍ଯ୍ୟଟନ ଋତୁ । ଚଂଳଚଂଚଳ ଚିଲିକା । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଯାଇଙ୍କୁ ଦର୍ଶନ କରିବାକୁ ପୀଠକୁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଗହଳି ଲାଗୁଛି । ସବୁ ସମୟରେ ମା’ଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଶୀତ ଋତୁର ଅଧିକ ସଂଖ୍ୟାର ପର୍ଯ୍ୟଟକ ଏଠାକୁ ଆସନ୍ତି । ପ୍ରାକୃତି ପରିବେଶ ସହ ଚିଲିକାରେ ଡଙ୍ଗାରେ ବସି ବୁଲିବା ସହ ଭୋଜିଭାତ କରି ମଜା ନିଅନ୍ତି ପର୍ଯ୍ୟଟକ । ଆଉ ଦିନ କେଇଟା ପରେ ନୂଆବର୍ଷ । ପରିବାର ସହ ଛୁଟି କାଟିବାକୁ ଲୋକଙ୍କ ଏଠାରେ ଗହଳି ଜମେ । ମା’ଙ୍କ ଦର୍ଶନ କରିବା ସହ ଜେଟିରେ ବୁଲି ମଜା ନିଅନ୍ତି ପର୍ଯ୍ୟଟକ । ପାହାଡ଼ ବୁଲା ସାଙ୍ଗକୁ ମୋବାଇଲିରେ ସେଲ୍ଫି ନେଇ ଖୁସିର ମୁହୁର୍ତକୁ ସାଇତି ରଖନ୍ତି ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ଏହି ସମୟରେ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ସେପଟେ ଚିଲିକା ସାତପଡ଼ା, ରାଜହଂସରେ ଡଲଫିନ ଦେଖିବା ପାଇଁ ଭିଡ଼ ଜମେ ।

Spread the love