ରଚନା ଲଢିବେ ଲୋକସଭା ନିର୍ବାଚନ, ହୁଗୁଳିରୁ ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ

ଲୋକସଭା ନିର୍ବାଚନ ଲଢିବେ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।

ରବିବାର ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । କୋଲକାତାର ଜନ ଗର୍ଜନ ସଭାରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଟିଏମସି ନେତ୍ରୀ । ତେବେ ଏହି ୪୨ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କ୍ରିକେଟର ୟୁସଫ୍ ପଠାନଙ୍କ ସହିତ ମହୁଆ ମୋଇତ୍ରୋ, ଶତ୍ରୁଘ୍ନ ସିହ୍ନା, ସୟାନି ଘୋଷ ମଧ୍ୟ ରହିଛନ୍ତି । ତୃଣମୂଳ କଂଗ୍ରେସର ନେତ୍ରୀ ମହୁଆ ମୋଇତ୍ରୋ ପୁଣିଥରେ କ୍ରିଷ୍ଣାନଗର ଆସନରୁ ଲଢିବାକୁ ଯାଉଛନ୍ତି । ତାଙ୍କ ସହ ୟୁସଫ୍ ପଠାନ ବରହାମପୁର, ସୟାନି ଘୋଷ ଜାଦବପୁର, ଗୋପାଳ ଲାମ୍ବା ଦାର୍ଜିଲିଂ, ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବର ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

Spread the love