ରାଧେ ଶ୍ୟାମ’ ରିଲିଜ୍‌ ତାରିଖକୁ ନେଇ ହଟିଲା ଦ୍ୱନ୍ଦ୍ୱ, ଏହି ଦିନ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ ୦୨/୦୨; ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ପୂଜାଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍‌ ତାରିଖକୁ ନେଇ ଦ୍ବନ୍ଦ ଲାଗିରହିଛି। ଜାନୁଆରୀ ୧୪ ରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା। ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୧୧ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

‘ରାଧେ ଶ୍ୟାମ’ ଟ୍ବିଟର ପେଜ୍‌ରୁ ଫିଲ୍ମ ସମ୍ପର୍କରେ ଏକ ଟ୍ବିଟ୍ ହୋଇଛି। ଏହି ଟ୍ବିଟ୍‌ରେ ଲେଖାଯାଇଛି ଯେ, ଏହି ଲଭ୍‌ ଷ୍ଟୋରୀ ହଲ୍‌ରେ ମାର୍ଚ୍ଚ ୧୧ରେ ଆସିବାକୁ ଯାଉଛି।

ରାଧେ ଶ୍ୟାମ୍ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଥିଲା। ପୂଜା ଏବଂ ପ୍ରଭାସଙ୍କୁ ପ୍ରଥମ ଥର ପାଇଁ ‘ରାଧେ ଶ୍ୟାମ’ରେ ପରଦାରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପ୍ରଭାସ ଷ୍ଟେରେଓଟିପିକାଲ୍ ପ୍ରେମୀ ବିକ୍ରମ ଆଦିତ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ହାତ ଦେଖି ଲୋକଙ୍କ ଭବିଷ୍ୟତ କହିଦେଉଛନ୍ତି।

Spread the love