ବିବାହ ପରେ ନୀତା, ଶ୍ଳୋକା ଓ ଇଶାଙ୍କୁ ନେଇ ରାଧିକା ଦେଲେ ଏଭଳି ପ୍ରତିକ୍ରିୟା
ନୂଆଦିଲ୍ଲୀ: ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଓ ବିବାହ ପରର ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ଜୁଲାଇ ୧୨ ତାରିଖରେ ଧୁମଧାମରେ ବିବାହ ହୋଇଥିବା ବେଳେ ଜୁଲାଇ ୧୩ ତାରିଖରେ ଅନନ୍ତ ଓ ରାଧିକାଙ୍କ ‘ଶୁଭଆଶୀର୍ବାଦ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜୁଲାଇ ୧୪ ତାରିଖରେ ଅନନ୍ତ ଓ ରାଧିକାଙ୍କ ପାଇଁ ମଙ୍ଗଳ ଉତ୍ସବର ଆୟୋଜନ କରାଯାଇଥିଲା। ବିବାହ ଶେଷ ହୋଇଯିବାପରେ ପ୍ରଥମଥର ରାଧିକା ତାଙ୍କ ଶାଶୁ ନୀତା ଅମ୍ବାନି, ଜାଆ ଶ୍ଳୋକା ଓ ନଣନ୍ଦ ଇଶା ଅମ୍ବାନୀଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ରାଧିକା ନିଜର ଶାଶୁଘରର ତିନିଜଣ ମହିଳା ଶାଶୁ ନୀତା ଅମ୍ବାନି, ଜାଆ ଶ୍ଳୋକା ଓ ନଣନ୍ଦ ଇଶା ଅମ୍ବାନୀଙ୍କୁ ନେଇ କହିଛନ୍ତି, ‘ମୋ ଶାଶୁ ଏହି ବିବାହର ସିଇଓ ଥିଲେ। ଯିଏକି ବିବାହର ପ୍ରତିଟି କାମ କିପରି ସୁରୁଖୁରୁରେ ହେବ ସେଥିପାଇଁ ଦୃଷ୍ଟି ଦେଇଥିଲେ। ଆଉ ଖୁବ ସୁନ୍ଦର ଭାବେ ତାକୁ ତୁଲାଇଥିଲେ ମଧ୍ୟ। ତାଙ୍କ ପାଇଁ ବିବାହର ଏତେ ବଡ଼ କାର୍ଯ୍ୟକ୍ରମ ମଜାମସ୍ତି, ଖୁସି ଓ ଉତ୍ସାହରେ ସମ୍ପର୍ଣ୍ଣ ହୋଇପାରିଥିଲା।
ନଣନ୍ଦ ଇଶା ଓ ଜାଆ ଶ୍ଳୋକା ବି ଏହି ବିବାହରେ ଖୁବ ପରିଶ୍ରମ କରିଛନ୍ତି। ସମସ୍ତ ପ୍ରସ୍ତୁତି କିଭଳି ଚାଲିଛି ସେ ଉପରେ ତନତନ କରି ଧ୍ୟାନ ଦେଇଥିଲେ କୌଣସି କ୍ଷେତ୍ରରେ ଯଦି ତ୍ରୁଟି ଦେଖୁଥିଲେ ତାହାକୁ ଦୁହେଁ ସଙ୍ଗେସଙ୍ଗେ ସୁଧାରି ଦେଉଥିଲେ। ବିବାହ ତାରିଖ ଆମ ପରିବାର ଜ୍ୟୋତିଷଙ୍କ କହିବାନୁସାରେ ଜୁଲାଇ ୧୨ ତାରିଖ ସ୍ଥିର କରାଯାଇଥିଲା। ଅନନ୍ତ ଓ ମୋର ଜନ୍ମକୁଣ୍ଡଳୀକୁ ଧ୍ୟାନରେ ରଖି ବିବାହ ସମୟ ଓ ତାରିଖ ବାହାର କରାଯାଇଥିଲା। ବିବାହ ଶେଷ ହୋଇଯାଇଛି ବୈବାହିକ ଜୀବନ ଶୁଭମୟ ପାଇଁ ଆପଣମାନଙ୍କ ଶୁଭ ଆର୍ଶୀବାଦ ନିହାତି ଆବଶ୍ୟକ।