ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି । ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ରଗବି ଦଳ ପାଇଁ ମନୋନୀତ ହୋଇଛନ୍ତି । ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଉଜବେକିସ୍ତାନର ତାସକେଣ୍ଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୮ ଗର୍ଲସ ରଗବି ସେଭେନ ଏସ ଚାମ୍ପିଅନସିପ-୨୦୨୧ ପାଇଁ ଏହି ଖେଳାଳି ମାନେ ମନୋନୀତ ହୋଇଛନ୍ତି ।

କିଟ୍‌ ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୧୩ରୁ ଚାଲୁ ରହିଥିବା ଚୟନ ଶିବିରରେ ଭଲ ପ୍ରଦର୍ଶନ କରି କିସର ଏହି ଖେଳାଳିମାନେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି । ଆଜି ସେମାନେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread the love