ରାଘବ ଓ ପରିଣୀତିଙ୍କ ରିଂ ସେରିମନିର ପ୍ରସ୍ତୁତି ଆରମ୍ଭ, ଏପ୍ରିଲ ୧୦ରେ କପଲ୍‌ କରିବେ ନିର୍ବନ୍ଧ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ା ଗତ କିଛି ଦିନ ହେବ ନିଜ ଆଫେୟାର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଏହି ଦମ୍ପତି ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାନ୍ତି। କିନ୍ତୁ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସନ୍ଧୁ ପରିଣୀତି ଓ ରାଘବଙ୍କ ସମ୍ପର୍କ ଉପରେ ମୋହର ଲଗାଇଛନ୍ତି। ସେହିପରି ଆପ୍‌ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ଵିଟ୍‌ କରି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଏ ସବୁ ଭିତରେ ଦମ୍ପତିଙ୍କ ନିର୍ବନ୍ଧର ତାରିଖ ମଧ୍ୟ ସାମ୍ନାକୁ ଆସିଛି।ମିଡିଆ ରିପୋର୍ଟ ମୁତାବକ, ପରିଣୀତି ଓ ରାଘବ ଚଳିତ ସପ୍ତାହ ଅର୍ଥାତ୍ ଏପ୍ରିଲ ୧୦ରେ ନିର୍ବନ୍ଧ କରିପାରନ୍ତି। ଦୁହେଁ ଦିଲ୍ଲୀରେ ଏକ ଇଣ୍ଟିମେଟ୍‌ ରିଙ୍ଗ୍‌ ସେରିମନିରେ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। କପଲ୍‌ଙ୍କ ନିର୍ବନ୍ଧ ଉତ୍ସବରେ କେବଳ ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ। ଗତକାଲି ପରିଣୀତିଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ରେଡ୍‌ ସ୍ୱେଟର, କଳା ପ୍ୟାଣ୍ଟ ଓ ଜୋତାରେ ଅଭିନେତ୍ରୀ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

କହି ରଖୁଛୁ ଯେ ପରିଣୀତି ଓ ରାଘବଙ୍କୁ ଲଗାତାର ଦୁଇ ଦିନ ମୁମ୍ବାଇରେ ଲଞ୍ଚ୍‌ ଏବଂ ଡିନର ଡେଟ୍‌ରେ ସ୍ପଟ୍‌ କରାଯିବା ପରେ ସେମାନଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଅନେକ ଥର ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। ନିକଟରେ ଅଭିନେତ୍ରୀଙ୍କୁ ରିସିଭ୍‌ କରିବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ରାଘବ ଚଢ଼ାଙ୍କୁ ଦେଖିବାକୁ ମିଳିଥିଲା।

Post Views: 287
Spread the love