ରାହୁଲ ବଜାଜ୍‌ଙ୍କ ପରଲୋକ

ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ତଥା ବଜାଜ୍‌ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜ୍‌ଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲାଣି କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ପରଲୋକ ହୋଇଛି।ରାହୁଲ ବଜାଜ୍‌ଙ୍କ ଜନ୍ମ ୧୦ ଜୁନ୍‌ ୧୯୩୮ ମସିହାରେ କୋଲକାତାରେ ହୋଇଥିଲା। ରାହୁଲ ବଜାଜ୍‌ ମାରଓ୍ଵାଡ଼ି ବେପାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ଧରି ବଜାଜ୍‌ କମ୍ପାନୀର ଦାୟିତ୍ୱ ନେଇଥିଲେ। ୧୯୬୫ ମସିହାଠାରୁ ସେ ବଜାଜ୍‌ କମ୍ପାନୀ ଦାୟିତ୍ୱ ନେଇଥିଲେ।। ସେ ପାଖାପାଖି ୫୦ ବର୍ଷ ଧରି କମ୍ପାନୀର ଚେୟାରମ୍ୟାନ୍‌ ପଦରେ ଅଧିଷ୍ଠିତ ଥିଲେ।

୨୦୦୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାହୁଲ ବଜାଜ୍‌ ସ୍ୱାଧୀନତା ସଂଗ୍ରାମୀ ଜମନାଲାଲ୍‌ ବଜାଜ୍‌ଙ୍କ ନାତି ଥିଲେ। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ପାଠ ପଢ଼ିଥିଲେ। ପରେ ଆଇନ୍‌ ପଢ଼ିବାକୁ ସେ ମୁମ୍ବାଇ ଆସିଥିଲେ। ତାଙ୍କ ନେତୃତ୍ୱରେ ବଜାଜ୍‌ ଅଟୋର ମୋଟ୍‌ ଆୟ ୭.୧ କୋଟିରୁ ୧୨ ହଜାର କୋଟିରେ ପହଞ୍ଚିଯାଇଥିଲା।

Spread the love