ମାର୍ଚ 2 ନୁହେଁ, 5ରେ ଆସିବେ ରାହୁଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ ବାରମ୍ବାର ବଦଳୁଛି। ଚଳିତ ମାସ 27 ତାରିଖରେ ସେ ଆସିବେ ବୋଲି ପିସିସି ପକ୍ଷରୁ କୁହାଯାଇଥିଲା। ପରେ ସେ ମାର୍ଚ 2 ତାରିଖରେ ଆସିବେ ଏବଂ ବରଗଡ଼ କିମ୍ବା ଜୟପୁର ମଧ୍ୟରୁ ଗୋଟିଏ ସମାବେଶରେ ଉଦ୍‌ବୋଧନ ଦେବେ ବୋଲି ଦଳ ପକ୍ଷରୁ ଗଣମାଧ୍ୟମରେ ଘୋଷଣା ହୋଇଥିଲା।

କିନ୍ତୁ ଆଜି ରାହୁଲଙ୍କ ଗସ୍ତର ତାରିଖ ଓ କାର୍ଯ୍ୟକ୍ରମ ବଦଳିଛି ବୋଲି ସୂଚନା ଦେଇଛି ପିସିସି। ପିସିସି ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନ‌ାୟକ କହିଛନ୍ତି ଯେ ମାର୍ଚ 5 ତାରିଖରେ ରାହୁଲ ଓଡ଼ିଶା ଗସ୍ତ କରିବେ। ସେହିଦିନ ସେ ଉଭୟ ବରଗଡ଼ ଓ ଜୟପୁରରେ ଆୟୋଜିତ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଥିବା ଶ୍ରୀ ନାୟକ କହିଛନ୍ତି।

Spread the love