ଦେଶକୁ ଦରକାର ରାହୁଲ ଗାନ୍ଧୀ, ଏପରି କହି ୫୦ଲକ୍ଷ ଟଙ୍କା ଓ ସୁନା ଦାନକଲେ ମହିଳା

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର ଆବଶ୍ୟକତା ଦେଶକୁ ରହିଛି କହି ଉତ୍ତରାଖଣ୍ଡ ଦେହରାଦୁନର ଡାଲନବାଲା ନେହରୁ ରୋଡ୍‌ରେ ରହୁଥିବା ୭୮ ବର୍ଷୀୟା ମହିଳା ପୁଷ୍ପା ମୁଞ୍ଜିଲାଲ୍ ନିିିଜର ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ସହ ୧୦ ତୋଳା ସୁନା ଅଳଙ୍କାର ମଧ୍ୟ ରାହୁଲଙ୍କ ନାଁରେ କରିଛନ୍ତି।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ୭୮ ବର୍ଷୀୟା ବୃଦ୍ଧା ମହିଳାଙ୍କ ଦୃଢ଼ ଭରସା ଥିବା ବେଳେ, ଦେଶକୁ ରାହୁଲ ଦରକାର ବୋଲି ସେ ନିଜ ଦୃଢକ୍ତି ପ୍ରକାଶ କରିଛନ୍ତି । ତାଙ୍କର ଆଇଡିଆ ହିଁ ଦେଶକୁ ଆଗକୁ ନେବ ବୋଲି କହୁଛନ୍ତି ।ଏନେଇ କୋର୍ଟରେ ବୃଦ୍ଧାଙ୍କର ସମସ୍ତ ସମ୍ପତ୍ତିର ମାଲିକାନା ରାହୁଲ ଗାନ୍ଧୀଙ୍କ ନାଁରେ ଟ୍ରାନ୍ସଫର କରାଯାଇଛି। ଏଥିରେ ଜମିବାଡ଼ି ସହ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଓ ୧୦ ତୁଳା(୧୧୬.୬ ଗ୍ରାମ) ସୁନା ରହିଛି। ପୁଷ୍ପାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ତାଙ୍କର ଆଇଡିଆ ଦେଶ ପାଇଁ ଆବଶ୍ୟକ। ସେ ରାହୁଲଙ୍କ ଚିନ୍ତାଧାରାରେ ଗଭୀର ଭାବେ ଅନୁପ୍ରାଣିତ ହୋଇଛନ୍ତି।  ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଘରେ ପୁଷ୍ପା ସମସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ ୱିଲ୍ କରିଛନ୍ତି ବୋଲି ଲାଲଚାନ୍ଦ ଶର୍ମା ସୂଚନା ଦେଇଛନ୍ତି। ପୁଷ୍ପା ତାଙ୍କ ସମ୍ପତ୍ତି କାଗଜପତ୍ର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରୀତମ ସିଂହଙ୍କୁ ଦେଇଛନ୍ତି। ସମ୍ପତ୍ତି କାଗଜ ଦେଲାବେଳେ ପୁଷ୍ପା କହିଛନ୍ତି ଯେ ଗାନ୍ଧୀ ପରିବାର ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ୟ୍ୟନ୍ତ ଦେଶ ପାଇଁ ସବୁବେଳେ ଆଗରେ ରହି ଦେଶ ପାଇଁ ଜୀବନ ଦେଇଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ହୁଅନ୍ତୁ ବା ରାଜୀବ ଗାନ୍ଧୀ ଦୁଇ ଜଣ ଏହି ଦେଶର ଅଖଣ୍ଡତା ପାଇଁ ନିଜର ପ୍ରାଣବଳି ଦେଇଛନ୍ତି। ତେଣୁ ସେ ତାଙ୍କ ସମ୍ପତ୍ତି ପାଇଁ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ଉପଯୁକ୍ତ ଦାୟାଦ ।

Spread the love