ଭାରତର ସ୍ଥିତି ବି ଶ୍ରୀଲଙ୍କା ପରି ମନେ ହେଉଛି : ରାହୁଲ

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।ରାହୁଲ ଗାନ୍ଧୀ କହିଛନ୍ତି ଭାରତର ସ୍ଥିତି ବି ଶ୍ରୀଲଙ୍କା ପରି ମନେ ହେଉଛି ଏବଂ ଲୋକମାନଙ୍କ ଧ୍ୟାନ ଅନ୍ୟଆଡ଼କୁ ଆକର୍ଷଣ କଲେ ବି ସତ ବଦଳିଯିବ ନାହିଁ ବୋଲି ସେ ଟୁଇଟ କରି ଲେଖିଛନ୍ତି ।ଶ୍ରୀଲଙ୍କା ସ୍ଥିତି ସହ ତୁଳନା କରି ସେ ବେକାରି ହାର, ତେଲଦରବୃଦ୍ଧି ଓ ସାଂପ୍ରଦାୟିକ ସଂଘର୍ଷ ଦର୍ଶାଉଥିବା କେତେକ ଇନଫୋଗ୍ରାଫିକ୍ସ ଜାରି କରିଛନ୍ତି । ପ୍ରଥମ ଗ୍ରାଫରେ ଉଭୟ ଦେଶର ବେକାରୀ ସ୍ଥିତିକୁ ଦର୍ଶାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉଭୟ ଦେଶରେ ୨୦୨୦ରେ ବେକାରି ହାର ବୃଦ୍ଧି ପାଇବା ପରେ ଧୀରେ ଧୀରେ କମୁଛି । ଦ୍ବିତୀୟ ଗ୍ରାଫରେ ଉଭୟ ଦେଶରେ କିପରି ପେଟ୍ରୋଲ ଦର ବୃଦ୍ଧି ପାଉଛି, ତାହା ଦର୍ଶାଯାଇଛି । ୩ୟ ଗ୍ରାଫରେ ଦର୍ଶାଯାଇଛି ଯେ ୨୦୨୦-୨୧ପରଠାରୁ ଦୁଇ ଦେଶରେ ସାଂପ୍ରଦାୟିକ ହିଂସା ବଢିଚାଲିଛି ।

Spread the love