ଇସ୍ତଫା ଦେଲେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। 2019 ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲୁ ରହିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍‌ କରିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଦେଇଛନ୍ତି ‘ଏକ ସପ୍ତାହ’ ମଧ୍ୟରେ ହିଁ ଦଳ ନୂଆ ଅଧ୍ୟକ୍ଷଙ୍କୁ ପାଇବ। ସେ ଏହି ଅବସରରେ ଏହି 4ପୃଷ୍ଠା ସମ୍ବଳିତ ଚିଠିରେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା। କଂଗ୍ରେସର ଆଦର୍ଶ ଆମ ଦେଶର ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ଋଣୀ ରହିବେ। ନୂଆ ଅଧ୍ୟକ୍ଷଙ୍କ ବାବଦରେ ସେ କହିଛନ୍ତି, ବିନା କୌଣସି ଡେରିରେ ଦଳ ନୂଆ ଅଧ୍ୟକ୍ଷ ବାଛିନେବା ଠିକ ହେବ, କିନ୍ତୁ ମୁଁ ଏହି ପ୍ରକ୍ରିୟାରେ ସାମିଲ ହେବିନି। ମୁଁ ଇସ୍ତଫା ଦେଇ ସାରିଛି ଏବଂ ମୁଁ ଏବେ ଆଉ ଅଧ୍ୟକ୍ଷ ନାହିଁ। ସେ କହିଛନ୍ତି, ଦଳର ସର୍ବୋଚ୍ଚ ନିଷ୍ପତ୍ତି କର୍ତ୍ତା କଂଗ୍ରେସ ୱାର୍କିଂ କମିଟି ଖୁବ୍‌ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ନିର୍ବାଚିତ କରୁ। ସେ ଏହି ପ୍ରକ୍ରିୟାରେ ରହିବା ପ୍ରସଙ୍ଗକୁ ଜଟିଲ କରିବାକୁ ଥିବାରୁ ସେ ଏଥିରୁ ଦୂରେଇ ରହିବେ।

Spread the love