ବେରୋଜଗାରୀକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ ୨୮।୭: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗୁରୁବାର ବେରୋଜଗାରୀକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ରାହୁଲ ଏକ ଟ୍ୱିଟ୍‌ କରିଥିବା ବେଳେ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗଙ୍କୁ ନିଯୁକ୍ତି ଲାଗି ୨୨.୦୫ କୋଟି ବେକାର ଆବେଦନ କରିଥିବା କହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୭ ଲକ୍ଷ ୨୨ ହଜାର ଜଣଙ୍କୁ ଚାକିରୀ ମିଳିଛି। ଅର୍ଥାତ ପ୍ରତି ହଜାରରେ ୩ ଜଣଙ୍କୁ ନିଯୁକ୍ତି ମିଳିଥିବା ରାହୁଲ ଉଲ୍ଲେଖ କରିଥିବା କର୍ମନିଯୁକ୍ତି  ‘ରାଜା’ଙ୍କ ସାଧ୍ୟ ବାହାରେ ବୋଲି ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସରକାର ବୁଧବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ୨୦୧୪ରୁ ୨୦୨୨ ମସିହା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ନିଯୁକ୍ତି ଲାଗି ମିଳିଥିବା ଆବେଦନ ଓ ଏଥିରେ ଦିଆଯାଇଥିବା ନିଯୁକ୍ତି ସମ୍ପର୍କରେ ଗୃହକୁ ସୂଚିତ କରିଥିଲେ। ଲୋକସଭାରେ ଏ.ରେବନ୍ତ ରେଡ୍ଡୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ ରାଜ୍ୟମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଏହି ଜବାବ ରଖିଥିଲେ। ରେଡ୍ଡୀ ତାଙ୍କ ପ୍ରଶ୍ନରେ ୨୦୧୪ରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସ୍ଥାୟୀ ନିଯୁକ୍ତି ପାଇଥିବା ଲୋକଙ୍କ ବିସ୍ତୃତ ବିବରଣୀ ଦାବିକରିଥିଲେ। ଏହାର ଜବାବରେ ମନ୍ତ୍ରୀ ବିଭିନ୍ନ ନିଯୁକ୍ତି ଏଜେନ୍ସୀଙ୍କ ଦ୍ୱାରା ଏହି ଅବଧିରେ ୭ଲକ୍ଷ ୨୨ ହଜାର ୩୧୧ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ପାରିଥିବା କହିଛନ୍ତି। ଅର୍ଥାତ ମୋଟ ଆବେଦନକାରୀଙ୍କ ମଧ୍ୟରୁ ପ୍ରତି ୧ ହଜାରରେ ୩ ଜଣଙ୍କୁ ମାତ୍ର ନିଯୁକ୍ତି ଦିଆଯାଇପାରିଥିବା କୁହାଯାଇଛି।

Spread the love