ରାହୁଲଙ୍କ ଉପରେ ଫିଲ୍ମ ନିର୍ମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଫିଲ୍ନ ନିର୍ମାଣ ହୋଇ  ସାରିବା ପରେ ଏବେ କଂଗ୍ରସ ଅଧ୍ୟକ୍ଷ ରାହୁଲଗାନ୍ଧୀଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମର ନାମ ହେଉଛି “ମାଇଁ ନେମ ଇଜ୍ ରାଗା” । ଫିଲ୍ମ ନିର୍ମାତା ଏବେ ସଂଳାପ ଲେଖକ ରୂପେଶ ପଲ ଏହାର ନିର୍ଦ୍ଦେଶନା ଦେବେ । ଏହା ଆସନ୍ତା ଏପ୍ରିଲ ମାସରେ ରିଲିଜ ହେବାକୁ ଯାଉଛି । ନିକଟରେ ଏହାର ଟିଜର ରିଲିଜ କରାଯାଇଛି । 

ରୂପେଶ କହିଛନ୍ତି ରାହୁଲଙ୍କ ଗୌରବ ଗାନ କରିବା ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇନାହିଁ । ବରଂ ତାଙ୍କ ଜୀବନରେ ବାରମ୍ବାର ବିଫଳତା ମିଳିବା, ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ କଡା ସମାଲୋଚନା କରାଯିବା ଏବଂ ପରିଶେଷରେ ସେ ଏସବୁକୁ ପ୍ରତିହିତ କରି ନିଜକୁ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ କରିବା  ଘଟଣାକୁ  ଏହଗି ଫିଲ୍ମର କାହାଣୀରେ ଦର୍ଶାଯାଇଛି । ଯକୌଣସି ବ୍ୟକ୍ତି ନିଜ ଜୀବନରେ ଘନଘନ ବିଫଳତାକୁ ସାମ୍ନା କରିଥିବ ଏବଂ ତାର ଦୃଢତାର ସହ ମୁକାବିଲା କରିଥିବ ସେ ଏହି କାହାଣୀ ସହ ଯୋଡି ହୋଇପାରିବ ।

ଉଲ୍ଲେଖ ଯୋଗ୍ୟ,  ଗତ ଜାନୁଆରୀ ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ଆଧାରିତ ଫିଲ୍ମ “ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” ଏବଂ ଶିବସେନାର ଦିବଙ୍ଗତ ମୁଖ୍ୟ ବାଲ ଠାକରେଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ଠାକରେ” ରିଲିଜ ହୋଇଥିଲା ।

Spread the love