ବାଲେଶ୍ବରରେ ପୃଥକ ରେଳ ଦୁର୍ଘଟଣା, ଦୁଇ ଯୁବକ ମୃତ

ପୃଥକ ଭାବେ ଦୁଇଟି ସ୍ଥାନରେ ଟ୍ରେନରେ କଟି ଦୁଇ ଯୁବକ ମୃତ। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ଏବଂ ରୂପ୍ସା ରେଳ ଷ୍ଟେସନ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ରୂପ୍ସା ଷ୍ଟେସନ ନିକଟରେ ମୃତ୍ଯୁ ହୋଇଥିବା ଯୁବକ ଜଣକ ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡି ଗ୍ରାମର ରାକେଶ ରାଉତ ବୋଲି ଜଣାପଡିଛି। ସେହିପରି ଅନ୍ୟ ଏକ ଟ୍ରେନ ଦୃର୍ଘଟଣାରେ ବସ୍ତା ଷ୍ଟେସନ ନିକଟସ୍ଥ ମାଛିଆ ମଠ ନିକଟରେ ଅନ୍ଯ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣଙ୍କ ବସ୍ତା ଅଞ୍ଚଳର ହେମନ୍ତ ଦେହୁରୀ ବୋଲି ଜଣା ପଡିଛି। ତେବେ ଏହି ଦୁଇଟି ଦୁର୍ଘଟଣାରେ ରେଳବାଇ ପୋଲିସ୍ ଶବ ଜବଦ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Spread the love