ପୁରୀ ଗସ୍ତର କେନ୍ଦ୍ର ରେଳ ମନ୍ତ୍ରୀ

ପୁରୀ ୧୫/୦୯: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ପୁରୀ ଗସ୍ତରେ ଆସି ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ସେ ଯୋଗ ଦେଇଛନ୍ତି। ଏହା ସହିତ ସେ ଶ୍ରୀମନ୍ଦିର ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଖୁବ୍‌ଶୀଘ୍ର ଓଡ଼ିଶାରେ ୫ଜି ସେବା ଉପଲବ୍ଧ ହେବ। ଏଠାରେ ବିକିରଣ ରେଡିଏସନ୍‌ର କୌଣସି ଅସୁବିଧା ହେବ ନାହିଁ। ଏହା ସହିତ ଓଡ଼ିଶାକୁ ନିବେଶକମାନେ ଆସିବା ନିହାତି ଆବଶ୍ୟକ। ନିବେଶକ ଆସିଲେ ଓଡ଼ିଶାର ବିକାଶ ହେବ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିବା ସହିତ ବୀର ପ୍ରତାପପୁର ଗାଁରେ ଗଣମାଧ୍ୟମକୁ ଅଶ୍ବିନୀ ବୈଷ୍ଣବ ଏଭଳି ପ୍ରତିକ୍ରିୟା ଦେଇଥନଛନ୍ତି।

ଅନ୍ୟପଟେ ବୀର ପ୍ରତାପପୁର ଗାଁରେ ଥିବା ରେଳ ଫାଟକ ସବୁବେଳେ ବନ୍ଦ ହୋଇ ରହୁଥିବାରୁ ଗାଁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହା ଜାଣିବା ପରେ ଗୁରୁବାର ଅଶ୍ବିନୀ ବୈଷ୍ଣବ ବୀର ପ୍ରତାପପୁର ଗାଁକୁ ଯାଇ ସମସ୍ୟା ବିଷୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ଗାଁ ଲୋକମାନଙ୍କୁ ପ୍ରତିଶୃତି ଦେଇଛନ୍ତି। ସୂଚନା ଥାଉକି, ଏହି ରେଳଫାଟକକୁ ଖୋଲିବା ସହିତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଗାଁ ଲୋକମାନେ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଅଭିଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚଙ୍କ ସହିତ ଗାଁ ଲୋକମାନେ ବାଜା ବଜାଇ ରୋଷଣୀ କରି ରେଳମନ୍ତ୍ରୀଙ୍କୁ ଗାଁକୁ ସ୍ବାଗତ କରିବା ସହ ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି।

Spread the love