ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

ପୁରୀ  : ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ରାଇମୋହନ ପରିଡ଼ା। ପୁରୀ ସ୍ବର୍ଗଦ୍ୱାରଠାରେ ଗତକାଲି ରାତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନ ଝିଅ ଉଦିତା ତାଙ୍କୁ ମୁଖାଗ୍ନି ଦେଇଛନ୍ତି।ପୂର୍ବାହ୍ନରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ରାଇମୋହନଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିବାବେଳେ ଆତ୍ମହତ୍ୟା ପଛର ରହସ୍ୟ ପାଇବାକୁ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ପାରିବାରିକ ଅଶାନ୍ତିରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଏକ ଅପମୃତ୍ୟୁ ମାମଲା(ନଂ.୬୦/୨୨) ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

Spread the love