ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ‘ଜଓ୍ବାଦ’, ୬ରୁ ବର୍ଷାର ପରିମାଣ କମିବ

ଭୁବନେଶ୍ବର ୪୧୨ ଉତ୍ତର ଦିଗରେ ଗତି କରୁଛି ବାତ୍ୟା ‘ଜଓ୍ବାଦ’। ୧୨ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଦୁର୍ବଳ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ବାତ୍ୟା। ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ‘ଜଓ୍ବାଦ’। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ କି.ମି.ରୁ ୬୫ କି.ମି. ଏବଂ ଝଟକା ପବନ ୭୫ କି.ମି. ବେଗରେ ପବନ ସମୁଦ୍ର ତଟରେ ବହିବ।  

ଶନିବାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ। ୬ରୁ ବର୍ଷାର ପରିମାଣ କମିବ। ବନ୍ଦର ଗୁଡିକରେ ୪ ନମ୍ବର ବିପଦ ସଂକେତ ଜାରି ରହିଛି । ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Spread the love