ରାଜ୍ୟରେ ଝିପିଝିପି ବର୍ଷା ଜାରି, ବିଲରୁ ଓଦା ଧାନ ଉଠି ନଥିବା ବେଳେ ଏବେ ଚିନ୍ତାରେ ଚାଷୀ

ଭଦ୍ରକ, ୦୯।୧୨ : ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପର ଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡି ରହିଛି । ଜମିରୁ ବର୍ଷା ପାଣି ଏ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିନାହିଁ । କଟା ହୋଇଥିବା ଧାନ ପାଣିରେ ଭାସୁଥିବା ବେଳେ, ପାଚିଲା ଧାନ ବର୍ଷା ଜଳରେ ବୁଡି ରହିଛି । ଏମିତିକି ଧାନ ଗଜା ହେବାକୁ ବସିଲାଣି । ବର୍ଷା ଛାଡ଼ିବା ପରେ ତରତର ହୋଇ ଚାଷୀ ଧାନ କାଟିବା ସହ ଜମିରୁ ଓଦା ଧାନ ଉଠାଇ ଘରକୁ ନେଉଥିବା ବେଳେ, ଝିପି ଝିପି ବର୍ଷା ଯୋଗୁଁ ଚାଷୀଙ୍କ ନିଦ ହଜିବାକୁ ବସିଲାଣି ।

Spread the love