ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୫।୦୧: ଆଜି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଗୁରୁବାର ରାତିରେ ଭୁବନରେ ୬୪ ମିଲିମିଟର, ଗଜପତି ନୂଆଗଡ଼ରେ ୫୭.୮, ଆର୍‌ ଉଦୟଗିରିରେ ୫୩, ମାଥିଲିରେ ୪୩, ଲମତାପୁଟରେ ୩୬.୪, ଜୟପୁରରେ ୨୯.୪, ଖୋର୍ଦ୍ଧା ବାଣପୁରରେ ୨୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଶୁକ୍ରବାର ଚାନ୍ଦବାଲିରେ ୪.୧ ମିଲିମିଟର, ସୋନପୁରରେ ୩, ବାରିପଦାରେ ୨, ଝାରସୁଗୁଡ଼ାରେ ୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୬ରେ ଅଳ୍ପ କିଛି ସ୍ଥାନରେ କୁହୁଡି ଦେଖା ଦେଇପାରେ । ଏହାପରେ ୧୭ରେ ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Spread the love