କମିବ ଶୀତ, ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର,୨୦/୦୧:  ଶୁକ୍ରବାରଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତର ଚାରି ଦିନ ପ୍ରବଳ ଶୀତ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରେ ବର୍ଷାରେ ଭିଜିବ ଓଡିଶା ।

ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିଲା । ଏପରିକି ଘନ କୁହୁଡିର ଚାଦରରେ ଅନେକ ସହର ରହୁଥିଲା । ବିଶେଷକରି  କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ଦକ୍ଷିଣ ଓ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ନଜର ଆସିଥିଲା । କିନ୍ତୁ ଏବେ ବର୍ଷା ହେବ ।

ତେବେ ଶୁକ୍ରବାରଠୁ କୁହୁଡି କମିବା ସହ ବର୍ଷା ହେବ ।  ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି ।

Spread the love