ଆସନ୍ତାକାଲିଠାରୁ ବର୍ଷା ଆଶଙ୍କା

ଭୁବନେଶ୍ୱର:  ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ୩ ଦିନ ହେବ ଗ୍ରୀଷ୍ମ ଲହରୀ ଜାରି ରହିଛି। କ୍ରମାଗତ ଭାବେ ୩ ଦିନ ଧରି ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି ରହିଥିବା ବେଳେ ଗତକାଲି ଠାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି ।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ଅନେକ ସ୍ଥାନରେ ତାପାମାତ୍ରା ସ୍ଵାଭାବିକଠାରୁ ୩-୪ ଡିଗ୍ରୀ ପର୍ଯ୍ଯନ୍ତ ଉପରେ ରହିବ। ମାତ୍ର ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ହିଟ୍ ୱେୱେଭ୍ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି  ପାଣିପାଗ ବିଭାଗ ନିଜ ବୁଲେଟିନ୍‌ରେ ଦର୍ଶାଇଛି। ଏହା ବ୍ୟତୀତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ ଏଚ୍ଆର୍ ବିଶ୍ବାସଙ୍କ କହିବା ଅନୁସାରେ ୩ ତାରିଖଠାରୁ କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି।୩ତାରିିଖରେ  ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ୪ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଡ ବିଶ୍ବାସ କହିଛନ୍ତି।

Spread the love