ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା, ଆଗକୁ ତିନି ଦିନ ପାଗ ଶୁଖିଲା

ଭୁବନେଶ୍ୱର ୨୬/୦୭: ରାଜ୍ୟର ୬ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏବେ ରାଜ୍ୟରେ ବିଶେଷ ବର୍ଷା ନାହିଁ ।

୨୭, ୨୮ ଓ ୨୯ରେ ପାଗ ଶୁଖିଲା ପଡ଼ିବ । କେଉଁଠି କେମିତି କାଁ ଭାଁ ବର୍ଷା ହୋଇପାରେ । କିନ୍ତୁ ଅଧିକ ବର୍ଷା ସମ୍ଭାବନା ନାହିଁ । ୨୬ରେ ୬ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।

ସୋମବାର ରାଜ୍ୟରେ ପାଗ ଶୁଖିଲା ରହିଛି । ଢେଙ୍କାନାଳରେ ୪୪.୭, କଟକରେ ୨୦.୨, ଭୁବନେଶ୍ୱରରେ ୧୯, ଦାରିଙ୍ଗିବାଡିରେ ୭, କେନ୍ଦ୍ରାପଡାରେ ୮.୩, ଅନୁଗୁଳରେ ୧୦.୬ ଓ ତାଳଚେରରେ ୧୦ମିଲିମିଟର ବର୍ଷା ହୋଇଛି ।

Spread the love