ଲଘୁଚାପ ବର୍ଷା : ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଭୁବନେଶ୍ୱର, ୧୩/୧୦: ଲଘୁଚାପ ଅବପାତ ନେବା ପରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା  ‌ଜାରି ରହିଛି।ଗଜପତି ଜିଲ୍ଲାରେ ସୋମବାର ରାତିଠାରୁ ବର୍ଷା ଆରମ୍ଭ ହୋଇଛି । ରାତି ସାରା ବର୍ଷା ଲାଗି ରହିଛି । ତେବେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କ ପକ୍ଷରୁ ସବୁ ବ୍ଲକ୍ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ପୂର୍ବରୁ ଦିଆଯାଇଛି। ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କାସିନଗର, ଗୁମ୍ମା, ରାୟଗଡ, ଓ ଗୋଶାଣି ବ୍ଲକର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

Spread the love