ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମାଣ୍ଡସ୍’, ପ୍ରଭାବରେ ତାମିଲନାଡ଼ୁ ପ୍ରାନ୍ତରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଏହା ପଣ୍ଟିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଲୁଘଚାପ ଓ ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି । ୮ତାରିଖ ସୁଧା ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତି ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ‘ମାଣ୍ଡସ୍’ ଲ୍ୟାଣ୍ଡଫଲ୍ କରିବା ନେଇ ଜଣାପଡ଼ିଛି । ବାତ୍ୟାକୁ ନେଇ ଭୟ ବଢିବାରେ ଲାଗିଛି ।

ଆଇଏମଡିର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗାର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କରି ବଙ୍ଗୋପସାଗରରେ ଲଘୁଚାପ ରୂପ ନେବ । ପରେ ଏହା ବାତ୍ୟା ‘ମାଣ୍ଡସ’ର ରୂପ ନେଇ ଦକ୍ଷିଣ-ପୂର୍ବ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏଚଟି ସୂଚନା ଅନୁଯାୟୀ, ବଙ୍ଗୋପସାଗରେ ସୃଷ୍ଟ ଲଗୁଚାପ ୮ତାରିଖ ସକାଳ ସୁଦ୍ଧା ତାମିଲନାଡୁ ଓ ପଣ୍ଡିଚେରୀର ଉପକୂଳବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ । ସମ୍ଭାବ୍ୟ ବାତ୍ୟା ‘ମାଣ୍ଡସ୍’ ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୭ତାରିଖ ମଧ୍ୟ ରାତ୍ରୀ ସୁଦ୍ଧା ତାମିଲନାଡ଼ୁ ଓ ପଣ୍ଡିଚେରୀର ଉତ୍ତର ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

ସମ୍ଭାବ୍ୟ ବାତ୍ୟା ମାଣ୍ଡସ୍ ଯୋଗୁ ପବନର ବେଗ ବଢିବ । ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗର ପବନ ବହିବ । ୭ ତାରିଖରେ ଘଣ୍ଟା ପ୍ରତି ୭୫ କିମି ଓ ୮ ତାରିଖରେ ୭୦-୮୦ କିମି ବେଗରେ ପବନ ବହିବ ।

Spread the love