ବର୍ଷା ହେବା ପୂର୍ବରୁ କାହିଁକି ଆକାଶରେ ଦେଖାଯାଏ କଳା ବାଦଲ !

(ସତ୍ୟଦ୍ରଷ୍ଟା ବ୍ୟୁରୋ): ବର୍ଷା ହେବା ପୂର୍ବରୁ ନୀଳ ଆକାଶରେ ଦେଖାଦିଏ କଳା ବାଦଲ । ତେବେ ଏହି ବାଦଲର ରଙ୍ଗ କଳା କାହିଁକି ? ସେ କଥା କେବେ ଭାବିଛନ୍ତି କି ? ଏହା ପଛର କାରଣ କଣ ହୋଇପାରେ କେବେ ଚିନ୍ତା କରିଛନ୍ତି କି ? ବାଦଲ କାହିଁକି କଳା ହୋଇଯାଏ ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିବା ବାଦଲ କଣ ଏବଂ ଏହା କେମିତି ସୃଷ୍ଟି ହୋଇଥାଏ? ଆମ ଆଖପାଖରେ ଥିବା ବାୟୁ ବା ପବନରେ ଜଳ କଣିକା ରହିଥାଏ ଯାହା ବାୟୁ ରୂପରେ ରହିଥାଏ। ଯାହାକୁ ଆମେ ଜଳୀୟ ବାଷ୍ପ କହିଥାଉ । ମାଟିର ନିକଟତର ଥିବା ପବନ ଯେତେବେଳେ ଗରମ ହୋଇଯାଏ ସେତେବେଳେ ତାହା ଉପରକୁ ଉଠି ନିଜ ସହିତ ଜଳୀୟ ବାଷ୍ପକୁ ମଧ୍ୟ ନେଇଯାଏ । ଏହି ଜଳୀୟ ବାଷ୍ପ ଯେତେବେଳେ ଉପରକୁ ଯାଏ ସେତେବେଳେ ତାହା ଥଣ୍ଡା ହେବାକୁ ଲାଗେ । ଯେଉଁ କାରଣରୁ ଜଳୀୟ ବାଷ୍ପ ଘନୀଭୂତ ହୋଇଥାଏ ଏବଂ ତାହା ବାୟୁରେ ଥିବା ଧୂଳି କଣା ସହିତ ମିଶି ଜଳବୁନ୍ଦା ବନିଯାଏ।

ଏହିସବୁ ଜଳବୁନ୍ଦା ଏକାଠି ହୋଇ ବାଦଲର ରୂପ ନିଏ। ଯେଉଁ ବାଦଲରେ ବରଫ ଅଧିକ ମାତ୍ରାରେ ଥାଏ ସେହି ବାଦଲ ଧଳା ରଙ୍ଗର ଦେଖାଯାଏ। ବାଦଲ ଧଳା ରଙ୍ଗ ଦେଖାଯିବାର ମୁଖ୍ୟ ଭୂମିକା ନେଇଥାଏ ସୂର୍ଯ୍ୟ । କାରଣ ବାଦଲରେ ଯେଉଁ ବରଫ କିମ୍ବା ପାଣି ଥାଏ ତାହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣର ପ୍ରଭାବରେ ଧଳା ରଙ୍ଗ ଦେଖାଯାଏ।ଏଥିରେ ସୂଯ୍ୟର୍ଙ୍କର ୭ଟି ରଙ୍ଗ ପରିବର୍ତ୍ତିତ ହୋଇ ଏକାଠି ମିଶି ଧଳା ରଙ୍ଗ ସୃଷ୍ଟି କରିଥାନ୍ତି। ଫଳରେଅଧିକାଂଶ ବାଦଲ ତୁଳା ଭଳି ଧଳା ରଙ୍ଗର ଦେଖାଯାଏ। ଯେଉଁ ବାଦଲରେ ଜଳର ମାତ୍ରାର ଅଧିକ ଥାଏ ତାହା ଧୂସର ବା କଳା ରଙ୍ଗର ଦେଖାଯାଏ। ବାଦଲ ଯେତେ ଗାଢ଼ ହୁଏ ସେତିକି ଅଧିକ ଭାବେ ଏହା ସୂର୍ଯ୍ୟଙ୍କ ଆଲୋକ ଦ୍ୱାରା ପ୍ରଭାବିତ ହୋଇଥାଏ। । ଯେଉଁ କାରଣରୁ ବହୁତ କମ୍ ମାତ୍ରାରେ ଆଲୋକ ଏହା ଭିତରକୁ ପଶିପାରେ। ତଳକୁ ଯାଉଥିବା ଅଧିକ ଆଲୋକକୁ ବାଦଲ ଶୋଷି ନେଇଥାଏ। ସେଥିଲାଗି ବର୍ଷା ହେବା ସମୟରେ ଅଧିକ ମାତ୍ରାରେ ଆଲୋକ ବାଦଲ ଭିତରକୁ ପଶି ପାରେ ନାହିଁ, ଯେଉଁ କାରଣରୁ ବାଦଲ କଳା ଦେଖାଯାଏ। ଯେଉଁ ବାଦଲ ଲମ୍ବା ଏବଂ ଘନ ହୋଇଥାଏ ସେହି ବାଦଲରେ ଜଳର ମାତ୍ରା ଅଧିକ ଥାଏ ଯାହା ସୂର୍ଯ୍ୟଙ୍କ କିରଣକୁ ଶୋଷି ନିଏ। ଫଳରେ ଖୁବ୍‌ କମ୍ ପରିମାଣର ଆଲୋକ ବାଦଲର ତଳ ଅଂଶରେ ପହଁଚି ପାରିଥାଏ। କମ୍ ଆଲୋକ ଆସିବା କାରଣରୁ ଆମେ ବାଦଲକୁ ଚାହିଁଲେ ଏହା ଆମକୁ କଳା ଦେଖାଯାଏ। ତେବେ ଏଥିରୁ ଆପଣ ନିହାତି ଭାବରେ ଜାଣିପାରିଥିବେ ଯେ ବର୍ଷା ହେବା ପୂର୍ବରୁ ବାଦଲ କାହିଁକି କଳା ହୋଇଯାଏ।

Spread the love