24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଲର୍ଟ

ବିଗତ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି। 30 ବେଳକୁ ପୁଣି ବର୍ଷା ବଢିବ। କୋରାପୁଟରେ ସର୍ବାଧିକ 62.0 ମିମି ଓ ଭୁବନେଶ୍ୱରରେ 1.2 ମିମି ରେକର୍ଡ କରାଯାଇଛି। ରାଜ୍ୟବ୍ୟାପୀ 5.2 ମିମି ରେକର୍ଡ କରାଯାଇଛି। ଜୁନ 1 ରୁ ଅଗଷ୍ଟ 26 ତାରିଖ ମଧ୍ୟରେ 857.6 ମିମି ସ୍ବାଭାବିକ ବର୍ଷା ସମ୍ଭାବନା ଥିବା ବେଳେ  778.4 ମିମି  ବର୍ଷା ହୋଇଛି।

18 ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ 11 ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି l ଦୁର୍ବଳ ମୌସୁମୀ କାରଣରୁ ଆଗାମୀ 5 ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ସମ୍ଭାବନା ନାହିଁ 5 ଦିନ ପରେ ବର୍ଷା ବଢିବା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପାଇଁ କଳାହାଣ୍ଡି, ମାଲକାନଗିରି , କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ଗୁଡ଼ିକରେ ସାମାନ୍ୟ ଅଧିକ ବର୍ଷା ସମ୍ଭାବନା ରହିଛି ଓ ଅନ୍ୟ ଜିଲ୍ଲା ଗୁଡିକରେ ବର୍ଷା ପରିମାଣ କମ ରହିବ। ବିଶେଷ କରି ଉପକୂଳ ଓଡିଶାରେ ମଲକାନଗିରି, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ପରି ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। 27 ତାରିଖରେ ଗଞ୍ଜାମ ଗଜପତି ଓ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି l 28-29 ତାରିଖରେ ବର୍ଷା ପରିମାଣ କମିବ ଓ 30 ବେଳକୁ ପୁଣି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Spread the love