ରେନ୍ କୋଟ୍

ସେ ଦିନ ଅଚାନକ୍ ବର୍ଷା ହେଲା । ପ୍ରବଳ ବର୍ଷା । ଆଖ ପାଖରେ କେହି ନଥିଲେ । କଳା କିଟିକିଟି ବର୍ଷା ରାତି । ରାତିର ଉଦବେଗ ସାଙ୍ଗକୁ ତୋ ମନର ଅକୁହା ଭୟ । ଉପରେ ବିଜୁଳି ଆଉ ଘଡଘଡି ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥାଏ । ତୁ ସାଙ୍ଗେସାଙ୍ଗେ ଜାବୁଡି ଧରିଥିଲୁ ମତେ । କିଛି ଦୂରରେ ଥିବା ଝୁପୁଡି ଦୋକାନର ଡିବିିରି ଆଲୁଅ ମଧ୍ୟରୁ ଭାସି ଆସୁଥାଏ ଲତା ମଙ୍ଗେସକର୍ ଓ କିଶୋର ଦାଙ୍କ ସୁରିଲା କଣ୍ଠର କେତେକ ବଛାବଛା ଗୀତ । ଏତିକି ବେଳେ ମୋବାଇଲ ଫୋନ୍ ବାଜିଲା । ସ୍କୁଟିରୁ ରେନ୍କୋଟ କାଢିଲୁ ପିନ୍ଧିବା ପାଇଁ । ଏଇଟା ସେଇ ରେନ୍କୋଟ୍…ସେଇ ମଲ୍

flower

…ପ୍ରଥମ ଦେଖା…….

(ବର୍ଷେ ପୂର୍ବରୁ..)
ନୀଳ ରଙ୍ଗର ଟପ୍ । ଓଠର ଲିପଷ୍ଟିକ୍ ଆଉ ତୋ ହସର ମାଦକତା କକ୍ଟେଲ୍ ବନାଉଥାନ୍ତି । ମୁଁ ଧରିଥିବା ରେନ୍କୋଟ୍ ଟାକୁ ତୁ ହଠାତ୍ ଛଡାଇ ନେଇଥିଲୁ । ଏହାରି ପାଇଁ ମୁଁ ଦୌଡି ଦୌଡି ଆସୁଛି ଆଣ୍ଡ୍ ୟୁ ମିଷ୍ଟର୍ସ । କକ୍ଟେଲ୍ ଗର୍ଲର ସିଟି ଷ୍ଟାଇଲ ଇଂଲିଶ । ଓଃ ମାଡାମ୍, ଏହାକୁ ମୁଁ ଅଲରେଡି ନେବାକୁ ବସିଛି । ତୁ ସାଙ୍ଗେସାଙ୍ଗେ ଦୌଡିଯାଇ କାଉଂଟରରେ ପଇସା ଦେଇ ରେନକୋଟ୍ ଟାକୁ ନେଇ ଯାଇଥିଲୁ । ଏହାପରେ ମୁଁ ବି ତୋ ପଛେ ପଛେ ଦଉଡି ମାମୁନି ପାଇଁ ରେନ୍କୋଟ୍ ନନେଇ ପଳାଇ ଯାଇଥିଲି । ଆଉ ଘରେ ଆସି ମାମୁନିଠାରୁ ଧୁମ୍ ଗାଳି ବି ଖାଇଥିଲି । ଏହାପରେ …….କେଶରୀ ହଲ୍, କମ୍ପିଟିଟିଭ୍ ପରୀକ୍ଷା ଏବଂ ଧୀରେଧୀରେ ସମ୍ପର୍କର ନୂଆ ସେତୁ । ଆଉ ତାପରେ ପ୍ରେମ ଆଣ୍ଡ ଦେନ୍…..
ଦୁଇ ବର୍ଷ ପାଇଁ ମୁମ୍ବାଇ ଯିବାକୁ ପଡିବ । ଫେଶନ ଡିଜାଇନିଂ କୋର୍ସ କରିବାକୁ । ମୁମା ବି ଜିଦ୍ କରୁଛି ଫେଶନ ଡିଜାଇନିଂ ପାଠ ପଢିବାକୁ, ଆଉ ମୋର ସ୍ୱପ୍ନ ବି । ତୋର ଆଡମିଶନ ହେଲା, ଆଉ ତୁ ବି ଗଲୁ । ସେଦିନ ତତେ ଗେ୍ଧ ସନ ଛାଡିବାକୁ ମୁଁ ଯାଇଥିଲି । ମୁମ୍ବାଇରେ ପହଂଚି ରାତିରେ ତୁ ପ୍ରବଳ କାନ୍ଦିଥିଲୁ >, ମୋ ଠାରୁ ଆଉ ତୋ ପରିବାରକୁ ଛାଡି ଯାଇଥିଲୁ ବୋଲି….ା ଦୁଇ ମାସ, ଛଅ ମାସ ଏବଂ ପରେ ବର୍ଷେ । ତୁ ସେକେଣ୍ଡ ଇୟର୍ ହେଲାବେଳକୁ ଅନେକ ବଦଳି ଯାଇଥିଲୁ । ପ୍ରଥମେ ଇଗନୋର୍ ଏବଂ ପରେ …ସବୁ ଶେଷ ।
ସେଦିନ ଯିବାବେଳେ ମୋ ଗିଫ୍ଟ ରଖିଥିଲୁ । ହୁଏ ତ ସେଇଟା ଥିଲା ଆମ ଦୁହିଁଙ୍କ ସମ୍ପର୍କର ଶେଷ ସନ୍ତକ, ଯାହା ମୁଁ ତୋ ସେକେଣ୍ଡ ଇଡର୍ ସରିଲା ପରେ ଜାଣିଲି ।

rain

ଦୁଇ ବର୍ଷ ପରେ…
ରେନ୍ କୋଟ୍ ଭିତରେ ସାଇତା ହୋଇଥିଲା ତୋର ଶେଷ ଚିଠି । ସେଦିନ ପ୍ରବଳ ବର୍ଷା ହେଉଥିଲା ଗେ୍ଧସନ ଛାଡି ଗଲାବେଳେ ୪ ନମ୍ବର ହାଟ ପଛପଟେ ଚା ପିଇଥିଲେ । ତା ପରେ ତତେ ଛାଡିବାକୁ ମୁଁ ଷଟେସନ ଯାଇଥିଲି । ବିକଟାଳ ଚିକ୍ରାର କରି ସେପଟୁ ଆସୁଥିଲା ଟ୍ରେନ୍ । ନିଜ କୋହ ସମ୍ଭାଳି ନପାରି ହଠାତ୍ ଜାବୁଡି ଧରିଥିଲୁ ମୋତେ….
ଆଜି ହଠାତ୍ ସେଇ ପୁରୁଣା ରେନିକୋଟ୍ କାଢିଥିଲି ପିନ୍ଧିବା ପାଇଁ । ପକେଟରେ ହାତ ପୁରାଇଲାବେଳେ ପଢିଥିଲି ସେଇ ଚିଠିଟି । ଝାପ୍ସା ଝାପ୍ସା ଅକ୍ଷର ଗୁଡାକ ଅପପୁଷ୍ଟିର ଶିକାର ହୋଇ ସାରିଥାନ୍ତି ।ଅନ୍ଧାର ଭିତରେ ବି ସହରରଷ୍ଟ୍ରିଟ୍ ଲାଇଟ୍ ଆଲୁଅ ନିଜର ପତିଆରା ବଢାଇବାକୁ ଚେଷ୍ଟା କରୁଥାନ୍ତି । ଝରକା ପରଦାରୁ ହାଲକା ବର୍ଷାର ବାସ୍ନା ଓ ପବନର ସ୍ପର୍ଶ ବତୁରାଇ ଦେଉଥାଏ । ଷୋହଳ ଶହ ଅଣଂଚାସ କିଲୋମିଟର ଦୂରରେ ଥାଇ ବି ସେଇ ସଂଧ୍ୟାର ପ୍ରତିଟି ମୁହୂର୍ତ ଏବେବି ସତେଜ ଲାଗୁଛି ।
ବସ୍ ଏକ୍ ହି ସୁର୍ ମେ, ଏକ୍ ହି ଲୟ୍ ମେ
ସୁବହ ସେ ଦେଖ୍ କୈସେ ବରସ୍ ରହା ୟେ ଉଦାସ ପାନି
ଫୁହାର୍ କେ ମଲ୍ମଲି ଦୁପଟ୍ଟେ ସେ ଉଡ ରହେ ହେଁ
ତମାମ୍ ମୌସମ୍ ଟପକ୍ ରହା ହେ
ପଲକ୍ ପଲକ୍ ରିସ୍ ରହି ହେ ୟେ କାୟନାଥ୍ ସାରି
ହର୍ ଏକ୍ ଶୟ୍ ଭିଗ୍ ଭିଗ୍ କର୍
କୈସି ବୋଝଲ୍ ସି ହୋ ଗୟୀ ହେ
ଦିମାଗ୍ କି ଗିଲି ଗିଲି ସୋଚୋଁ ସେ
ଭିଗି ଭିଗି ଉଦାସ୍ ୟାଦେଁ ଟପକ୍ ରହି ହେ…
ଚାରୁ ଚନ୍ଦନ ଦାଶ, ବୀରମହାରାଜପୁର, ଫୋ-୯୬୫୮୨୬୩୨୮୫

Spread the love