ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତୃତି
ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତୃତି । ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କାଲି ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।
୪ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି । ୧୬୩.୭ ମିମି ବର୍ଷା ହୋଇଛି ଜୁନ ମାସରେ । ଯାହା ସ୍ୱାଭାବିକଠାରୁ ୨୨ ପ୍ରତିଶତ କମ୍ । ଅଧିକାଂଶ ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡିଶାରେ କମ ବର୍ଷା ହୋଇଛି । ୨୦ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ କିମ୍ବା ଅଧିକ ନିଅଣ୍ଟିଆ ବର୍ଷା ।