ଓଡ଼ିଶାରେ ବଡ ବନ୍ୟାର ଆଶଙ୍କା ନାହିଁ : SRC

ଭୁବନେଶ୍ୱର, ୧୪/୧୦:  ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଓ ଗଜପତିରେ ଦୁଇ ଦିନ ପ୍ରବଳ ବର୍ଷା ହୋଇଛି । ୩ଟି ବ୍ଲକରେ ୩ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କବିସୂର୍ଯ୍ୟନଗରରେ ୩୨୮ ମିଲିମିଟର, ଆସ୍କାରେ ୩୦୭.୬ ମିଲିମିଟର ଏବଂ ପୁରୁଷୋତ୍ତମପୁରରେ ୩୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟାରେ ସାମାନ୍ୟ ବନ୍ୟା ଆସିପାରେ।ପୁରୁଷୋତ୍ତମପୁର ପାଖରେ ଋଷିକୁଲ୍ୟା ବିପଦ ସଙ୍କେତ ଛୁଇଁବା ଆଶଙ୍କା ରହିଛି । ତେବେ ବଡ ବନ୍ୟାର ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଅତିକ୍ରମ କରିବା ପରେ ମଧ୍ୟ ଡିପ୍ରେସନ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଡିପ୍ରେସନ ଏବେ ସ୍ଥଳଭାଗରେ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

Spread the love