ବର୍ଷାରେ ଭିଜିବ ରଥଯାତ୍ରା!

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ଘୋଷଯାତ୍ରା l ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ l ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି | ତେବେ ଆସନ୍ତାକାଲି ପୁରୀରେ କିଭଳି ରହିବ ପାଣିପାଗ? ସେନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା | ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଆସନ୍ତାକାଲି ପୁରୀରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରହିବ ।

ତେବେ ପୁରୀରେ ପ୍ରବଳ ବର୍ଷା ହେବ ନାହିଁ। ସେହିପରି ରାଜ୍ୟରେ ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଏହା ସହ କାଁ ଭାଁ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ , ଗଜପତି, ମୟୁରଭଂଜ, କେନ୍ଦୁଝରରେ ପ୍ରବଳ ବର୍ଷା ହେବ | ୭ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ୮ ତାରିଖ ପରେ କମିପାରେ ବର୍ଷାର ପରିମାଣ।

Spread the love