ରାଜ୍ କୁନ୍ଦ୍ରାଙ୍କଠାରୁ ଅଲଗା ହେବେ ଶିଳ୍ପା ଶେଟ୍ଟୀ !

ନୂଆଦିଲ୍ଲୀ ୨୨/୧୧: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଗତ କିଛି ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି। ଯାହାର କାରଣ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଅଶ୍ଳୀଳ ଭିଡିଓ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଯେଉଁଥିପାଇଁ ଗତ ୩ ମାସ ଧରି ସୋସିଆଲ ମିଡିଆରେ ଶିଳ୍ପା ଶେଟ୍ଟୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ପୁରା ପରିବାରକୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଏହି କାର୍ଯ୍ୟର ଭାର ବହନ କରିବାକୁ ପଡୁଛି। ବର୍ତ୍ତମାନ ଶିଳ୍ପା କହିଛନ୍ତି ଯେ ପୁଅ ବଡ ହେଉଛି, ଏବେ ସେ ତାଙ୍କ ସହ ରହିବେ।

ସୂଚନା ଅନୁସାରେ, ଶିଳ୍ପା ତାଙ୍କ ସ୍ୱାମୀ ରାଜଙ୍କ ଉପରେ ଅନେକ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ମଧ୍ୟରୁ ଗୋଟିଏ ହେଉଛି ସେ ଖୁବ ଶୀଘ୍ର ରାଜ କୁନ୍ଦ୍ରାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ଶିଳ୍ପା କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଏହି ସମସ୍ତ କାର୍ଯ୍ୟ ତାଙ୍କ ପରିବାର ଉପରେ ସିଧାସଳଖ ପ୍ରଭାବ ପକାଉଛି। ସେ ଯେଉଁଆଡ଼େ ଯାଉଛନ୍ତି ଲୋକମାନେ ତାଙ୍କୁ କେବଳ ରାଜ କୁନ୍ଦ୍ରା ଉପରେ ପ୍ରଶ୍ନ କରୁଛନ୍ତି। ବଲିଉଡର ସମସ୍ତେ ତାଙ୍କ ସ୍ୱାମୀଙ୍କୁ ହିନ ଭାବନାରେ ଦେଖୁଛନ୍ତି।

କେବଳ ଏତିକି ନୁହେଁ ରାଜଙ୍କ କାର୍ଯ୍ୟ ସିଧାସଳଖ ତାଙ୍କ ପୁଅକୁ ପ୍ରଭାବିତ କରୁଛି । କାରଣ ବିଦ୍ୟାଳୟରେ ଅନେକ ଲୋକ ଶିଳ୍ପାଙ୍କ ପୁଅକୁ ତାଙ୍କ ବାପାଙ୍କ ବିଷୟରେ ପଚରାଉଚରା କରୁଛନ୍ତି। ଯେଉଁଥିପାଇଁ ଲାଗୁଛି ଯେ ଶିଳ୍ପା ରାଜଙ୍କଠାରୁ ଅଲଗା ହେବା ପାଇଁ ତାଙ୍କ ମନ ପରିବର୍ତ୍ତନ କରିଛନ୍ତି।

Spread the love