ମାର୍କେଟ ବିଲ୍ଡିଂର କିଛି ଦୋକାନ ସିଲ୍

ଭୁବନେଶ୍ବର : ମାର୍କେଟ ବିଲ୍ଡିଂର କିଛି ଦୋକାନ ସିଲ୍।  ରାଜଧାନୀ ପୂଜା ସମିତି ଏହି ଦୋକାନ ଗୁଡିକ  କରିଛି ସିଲ୍। ୩୧ ଦୋକାନ ଦେଇ ନାହାଁନ୍ତି ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା। ଦୀର୍ଘ ବର୍ଷ ହେଲା ଦେଉ ନଥିବାରୁ ତେଣୁ ବାଧ୍ୟ ହୋଇ ସିଲ୍ କରିଛି ରାଜଧାନୀ ପୂଜା ସମିତି। ସଭାପତି ଅବନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସିଲ୍ କରାଯାଇଥିଲା। ତେବେ କିଛି ଦୋକାନୀ ଅଳ୍ପ ପେମେଣ୍ଟ କରିବା ଯୋଗୁ ସିଲ୍ ନକରି ଛାଡି ଦେଇଛି ସମିତି। ଆଦାୟ ଟଙ୍କାରେ ସ୍ଥାନୀୟ ମନ୍ଦିରର ଉନ୍ନତିରେ ଲାଗିବ ବୋଲି କହିଛନ୍ତି ସଭାପତି ଅବନୀ କାନ୍ତ ପଟ୍ଟନାୟକ।  ପୂଜା ସମିତି ୭୨ ଟି ଦୋକାନକୁ ଭଡ଼ା ଦେଇଛି ।

Spread the love