ଓଡିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ: ରାଜନାଥ ସିଂ

ଭବାନୀପାଟଣା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ପ୍ରଥମେ ଭବାନୀପାଟଣା ଜନସଭାକୁ ସମ୍ଭୋଧିତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ଭୋଧିତ କରିବା ପରେ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭବାନୀପାଟଣାରେ କଳାହାଣ୍ଡିକୁ ଅଭାବୀର ଭୂଖଣ୍ଡ କହିବା ସହ ବିଜେପି ସରକାର ଆସିଲେ ଗରିବୀ ଦୂର ହେବା ସହ ବିଜେପିକୁ ସୁଯୋଗ ଦେଲେ ୫ରୁ ୮ ବର୍ଷ ମଧ୍ୟରେ ବଦଳିବ କଳାହାଣ୍ଡିର ଚିତ୍ର । ଏଭଳି କହି ସେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ବିଜେପି ସରକାରକୁ ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ ସମସ୍ତଙ୍କୁ ଆୟୁଷ୍ମାନ କାର୍ଡର ସୁବିଧା ମିଳିବ ବୋଲି ରାଜନାଥ ସିଂହ କହିଛନ୍ତି । ପରେ ରାୟଗଡାରେ ଜନସଭାକୁ ସମ୍ଭୋଧିତ କରି ସେ କହିଛନ୍ତି ଓଡିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ରାୟଗଡ଼ାର ବାରିଝୋଳ ରୋଡରେ ଥିବା ଆଇଏସିଆର ପଡିଆରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ୧୦ ବର୍ଷରେ ବିଜେପି ଅନେକ କାମ କରିଛି । ଦେଶରୁ ଅନେକ ଦାରିଦ୍ର୍ୟ ଉଚ୍ଛେଦ ହୋଇଛି । ହେଲେ କଂଗ୍ରେସ ସରକାର ସମୟରେ ଏଭଳି ଗରିବୀ ଉଚ୍ଛେଦ ହୋଇନଥିଲା । ରାଜ୍ୟରେ ବିଜେଡି ସରକାର ଯାହା କହୁଛି ତାହା କରୁନାହିଁ । ବିଜେପି ଯାହା କୁହେ ତାହା କାମରେ କରି ଦେଖାଏ ବୋଲି ରାଜନାଥ ସିଂହ କହିଛନ୍ତି ।

Spread the love