ବସ୍‌ କଣ୍ଡକ୍ଟରୁ ସୁପରଷ୍ଟାର, ଜାଣନ୍ତୁ କିପରି ଥିଲା ରଜନୀକାନ୍ତଙ୍କ ସଂଘର୍ଷମୟ କାହାଣୀ…

ନୂଆଦିଲ୍ଲୀ ୧୨।୧୨ : ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ମହାରାଜା ତଥା ସୁପରଷ୍ଟାର ବୋଲି କୁହାଯାଏ। ଯିଏ କେବଳ ଦକ୍ଷିଣରେ ନୁହେଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଚମତ୍କାର ପ୍ରମାଣ କରି ଦେଖାଇଛନ୍ତି । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ ଦିବସ ପାଳନ କରୁଛନ୍ତି । ଏବଂ ତାଙ୍କ ନାମ ସୋସିଆଲ ମିଡିଆରେ #HBDSuperstarRajinikanth ସହିତ ଟ୍ରେଣ୍ଡ ଭାବେ ଭାଇରାଲ୍‌ ହେବାରେ ଲାଗିଛି । ଚଳଚ୍ଚିତ୍ରର ଭଗବାନ କୁହାଯାଉଥିବା ଅଭିନେତା ରଜନୀକାନ୍ତଙ୍କୁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ଶିବାଜୀ ରାଓ ରଜନୀକାନ୍ତ ତାଙ୍କର ପ୍ରକୃତ ନାମ ଏବଂ ସିନେମାରେ ଜଗତରେ ପାଦ ଦେବା ପୂର୍ବରୁ ସେ ବାଙ୍ଗାଲୋରରେ ବସ୍ କଣ୍ଡକ୍ଟର ଭାବରେ କାମ କରୁଥିଲେ । ନିର୍ଦ୍ଦେଶକ କେ ବାଲାଚାନ୍ଦର୍ ବାଙ୍ଗାଲୋର ଗସ୍ତ ସମୟରେ ଶିବାଜୀ ରାଓଙ୍କୁ ଦେଖି ତାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଇଥିଲେ। ସେବେ ସେ ତାଙ୍କ ନାମ ରଜନୀକାନ୍ତ ଭାବରେ ନାମ ବଦଳାଇ ଥିଲେ । ଏବଂ ଅଭିନେତା ଫିଲ୍ମ ‘ଅପୂର୍ବ ରାଙ୍ଗଗଲ’ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ରଜନୀକାନ୍ତ ପ୍ରଥମେ ବିଭିନ୍ନ ପ୍ରକାରର ଭୂମିକା ପାଇଁ ପ୍ରସ୍ତୁତ ଥିଲେ ଏବଂ କିଛି ଚଳଚ୍ଚିତ୍ରରେ ସେ ନେଗେଟିଭ୍‌ ତଥା ଖଳନାୟକର ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ପରେ ସେ ଯେଉଁ ଭଳି ଭାବେ ଅଭିନୟରେ ଷ୍ଟାଇଲରେ ଓହ୍ଲାଇଲେ ତାଙ୍କୁ ଦେଖି ଜଣେ ମୁଖ୍ୟ ଭୂମିକାରେ ଅଭିନେତା ଭାବରେ ସାମିଲ୍‌ ହେଲେ ଏବଂ ସେ ତାମିଲ ସିନେମାରେ ଜଣେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରି ବହୁ ଲୋକପ୍ରିୟ ହୋଇ ଥିଲେ।

ସାଉଥରେ ଯେତିକି ହିଟ୍‌ ରହିଥିଲେ ସେତିକି ହିନ୍ଦୀ ଫିଲ୍ମ ମାଧ୍ୟମରେ ଉତ୍ତର ସିନେମାର ଅନ୍ୟ ପ୍ରଶଂସକଙ୍କର ମଧ୍ୟ ହୃଦୟ ଜିତିଥିଲେ। ରଜନୀକାନ୍ତ ବିଗ୍ ବି ତଥା ଅମିତାଭ ବଚ୍ଚନଙ୍କ ସମେତ ଅନେକ ବଲିଉଡର ନାମୀଦାମୀ କଳାକାରଙ୍କ ସହ ମଧ୍ୟ ସ୍କ୍ରିନ୍ ସେୟାର କରିଥିଲେ । ଧିରେ ଧିରେ ରଜନୀକାନ୍ତ ମଧ୍ୟରେ ସିନେପ୍ରେମୀଙ୍କ ମଧ୍ୟରେ ଏକ ପ୍ରିୟ କଳାକାର ଭାବରେ ତାଙ୍କ ହୃଦୟରେ ଛାପି ହୋଇ ରହିଗଲେ । ଏହା ବ୍ୟତୀତ ରଜନୀକାନ୍ତ ଯେତିକି ହିଟ୍‌ ହେଉଥିଲେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ମଧ୍ୟ କ୍ରମାଗତ ଭାବେ ସଫଳତା ପାଉଥିଲା । ଏଭଳି ପରିସ୍ଥିତିରେ ଅଭିନେତା ବକ୍ସ ଅଫିସରେ ଏକରୁ ଅଧିକ ଚଳଚ୍ଚିତ୍ରରେ ସଫଳତା ହାସଲ କରିବାକୁ ଲାଗିଲେ ।ରଜନୀକାନ୍ତ କେବଳ ସାଉଥରେ ହିଁ ନୁହଁ ବଲିଉଡ୍‌ରେ ବିମଧ୍ୟ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଥିଲେ । ରଜନୀକାନ୍ତି ୭୦ ଦଶକରୁ ନିଜର ବିଜୟ ଧାରାର ରେକର୍ଡ ସୃଷ୍ଟି କରି ଛାଲିଛନ୍ତି । ତାଙ୍କର ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦାଦାସାହେବ ଫାଲେକ୍‌ ଆୱାର୍ଡ ପ୍ରଦାନ କରାଯାଇଥିଲା । ରଜନନୀକାନ୍ତଙ୍କ ଫିଲ୍ମ ପାଇଁ ତାଙ୍କ ଯେତିକି ଫ୍ୟାନ୍ସ ଅଛନ୍ତି ତାଙ୍କ ଅଭିନୟ ଶୈଳୀ ପାଇଁ ପୁରା ଜଗତରେ ତାଙ୍କ ପାଇଁ ପାଗଳ ।

Spread the love