ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲାକୁ ଗଡିବ 23ଟି ବସ୍

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।  ବିଭିନ୍ନ ଜିଲ୍ଲାକୁ  23ଟି ଏସି ବସ ଯାତ୍ରା କରିବ ।   ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଞ୍ଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର,ଭୁବନେଶ୍ୱର-ରାଜ ଖରିଆର,ଭୁବନେଶ୍ୱର-ଗୋରୁ ମହିଶାଣି,ଭୁବନେଶ୍ୱର-ବୁର୍ଲା ଦେଇ ଯାତାୟାତ କରିବ । ଏହା ବ୍ୟତୀତ 4ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ ।

bus

ଏହି ବସଗୁଡିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ୱର-କୋଲକତା ଓ ପାରାଦୀପରୁ ବିଜୟୱାଡା ପର୍ଯ୍ୟନ୍ତ ଯାତାୟାତ କରିବ । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟରେ ଗଡିଲା ରାଜଧାନୀ ଏକ୍ସପ୍ରେସ୍ ବସ୍ । ଯେଉଁଥିରେ ରହିଛି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା । ନିଶୁଳ୍କ ୱାଇ-ଫାଇ ସେବା, ମୋବାଇଲ ଚାର୍ଜିଂ ବ୍ୟବସ୍ଥା , ସିସିଟିଭି କ୍ୟାମେରା, ଭେଇକିଲ ଟ୍ରାକିଂ ଭଳି ବ୍ୟବସ୍ଥା ସହ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ଏହି ବସରେ ଉପଲବ୍ଧ । ଖାଲି ଏତିକି ନୁହେଁ ଏହି ବସ ଗୁଡିକରେ ଯାତ୍ରୀମାନେ ଅନଲାଇନ ଟିକେଟ୍ ବୁକିଂ କରି ମଧ୍ୟ ଯାତ୍ରା କରିପାରିବେ ।

ବର୍ତ୍ତମାନ ରାଜ୍ୟ ସଡକ ପରିବହନ ନିଗମର 429ଟି ବସ୍ 30ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହେଉଛି ଏବଂ ଏହାବ୍ୟତୀତ ୪୩ଟି ଅନ୍ତଃରାଜ୍ୟ ସଡକ ଦେଇ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟତ କରୁଅଛି । ଓଡିଶା ରାଜ୍ୟ ପରିହନ ନିଗମର ଅନ୍ୟ ଏକ ବୈଶିଷ୍ଟ ଯେ, ଏହା ଏହା ଏଲବ୍ଲୁଇ ଅଧ୍ୟୂଷିତ ଜିଲ୍ଲାମାନଙ୍କରେ ଅଧିକ ବସ ସେବା ଯୋଗାଇ ଦେଉଛି । ଇତି ମଧ୍ୟରେ ନିଗମ ପକ୍ଷରୁ ୫ଟି ନୂତନ ବସଷ୍ଟାଣ୍ଡର ନିର୍ମାଣ ଜୟପୁର, ବଲାଙ୍ଗିର, ଅନୁଗୁଳ, ବାମରା ଓ ଓଡଗାଁଠାରେ ହାତକୁ ନେଇଛି ଏବଂ 25ଟି ବସଷ୍ଟାଣର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ନିକଟରେ 50ଟି ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love