ରାଜଧାନୀରେ ମହିଳାଙ୍କ ପାଇଁ ପିଙ୍କ୍ ଡ୍ରାଇଭର

ଭୁବନେଶ୍ବର: ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ବଦଳିବାକୁ ଯାଉଛି ପିଙ୍କ୍‌ ଅଟୋର ରୂପରେଖ । ଫଳରେ ମହିଳାଙ୍କ ଯାତ୍ରା ସୁରକ୍ଷିତ ହେବ । କୌଣସି ଅସୁବିଧାରେ ପଡ଼ିଲେ ସ୍ବିଚ ଟିପିବା ମାତ୍ରେ ଅଟୋ ନିକଟରେ ପହଞ୍ଚିବ କମିଶନରେଟ ପୋଲିସ । ଏହାଦ୍ବାରା ମହିଳାମାନେ ସୁରକ୍ଷିତ ଯାତ୍ରା କରିବେ ଏବଂ ଡ୍ରାଇଭରଙ୍କୁ ପରିଚୟ ମିଳିବା ସହିତ ସେମାନଙ୍କୁ ରୋଜଗାର ମିଳିବ ବୋଲି ଜଣାପଡ଼ିଛି । କେବଳ ପିଙ୍କ୍ ଅଟୋ ନୁହେଁ ପିଙ୍କ୍‌ ହେବ ଅଲାଇନ ଟ୍ୟାକ୍ସି ଓ ବାଇକ‌ ସେବା । ଡ୍ରାଇଭରଙ୍କୁ ମିଳିବ ପିଙ୍କ୍‌ ସାର୍ଟିଫିକେଟ। ଡ୍ରାଇଭରଙ୍କୁ ପୋଲିସର ତାଲିମ ସହ ମିଳିବ ସ୍ବତନ୍ତ୍ର ଆଇଡିଣ୍ଟି ନମ୍ବର(Identity Number) । ଏଥିସହ ଡ୍ରାଇଭରଙ୍କ ଗାଡିରେ ଖଞ୍ଜା ହେବ ଏକ ଏସଓଏସ(sos)ମେସିନ । ଅସୁବିଧାରେ ପଡି଼ଲେ ସ୍ବିଚ ଟିପିଲେ ଗାଡି ପାଖରେ ପହଞ୍ଚିବ କମିଶନରେଟ ପୋଲିସ । ଏମିତି ଏକ ଢାଞ୍ଚାରେ ପିଙ୍କ୍‌ ଅଟୋ ସେବାର ନବକଳେବର କରିବାକୁ ଯାଉଛି କମିଶନରେଟ ପୋଲିସ । ଏହା ଦ୍ବାରା କେବଳ ଯାତ୍ରୀଟିଏ ସୁରକ୍ଷିତ ଯାତ୍ରା କରିବ ତା ନୁ଼ହେଁ ଡ୍ରାଇଭରଟିଏ ଏକ ସ୍ବତନ୍ତ୍ର ପରିଚିତ ପାଇବା ସହ ତାଙ୍କ ବ୍ୟବସାୟ ମଧ୍ୟ ଭଲ ହେବ। କାରଣ ଲୋକେ ପିଙ୍କ୍‌ ଅଟୋ ସାର୍ଟିଫାଏଡ ଡ୍ରାଇଭରର ଗାଡି଼କୁ ଅଧିକ ପ୍ରାଧାନ୍ୟ ଦେବେ। ମହିଳାଙ୍କ ସୁରକ୍ଷିତ ଯାତ୍ରା ଯୋଗାଉଥିବା ପିଙ୍କ୍‌ ଅଟୋ ଯୋଜନାର ହେବ ନୂଆ ରୂପରେଖ । ବଦଳିବ ପୁରୁଣା ଢାଞ୍ଚା, ଆରମ୍ଭ ହେବ ପିଙ୍କ୍ ସାର୍ଟିଫିକେଟ ବଣ୍ଟନ ସେବା । ଅର୍ଥାତ ପବ୍ଲିକ ଭେଇକିଲ ସେବା ପ୍ରଦାନ କରୁଥିବା ଟ୍ୟାକ୍ସି, ଅଟୋ ଓ ଅନଲାଇନ ବାଇକ ହେବେ ଏହି କାର୍ଯ୍ୟକ୍ରମରେ ସାମିଲ। ଯେଉଁମାନେ ଏହି ଯୋଜନାରେ ସାମିଲ ହେବେ ସେମାନଙ୍କୁ ପ୍ରଥମେ ପୋଲିସ ଭେରିଫିକେସନ କରାଯିବ। ଅର୍ଥାତ ଯଦି ଗାଡି଼ ଓ ଚାଳକଙ୍କ ଡକ୍ୟୁମେଣ୍ଟ ଠିକଠାକ୍‌ ତଥା କ୍ରିମିନାଲ ରେକର୍ଡ ନଥିବା ଡ୍ରାଇଭରଙ୍କୁ ଏହି ଯୋଜନାରେ କରାଯିବ ସାମିଲ। ଏମାନଙ୍କୁ ସେଲ୍ଫ ଡିଫେନ୍ସ, ଲୁଟେରା ଓ ଦୁର୍ବୃତ୍ତଙ୍କୁ ସାମ୍ନା କରିବା ପାଇଁ ଦିଆଯିବ ଟ୍ରେନିଂ । ଆଉ ପୋଲିସ ସାର୍ଟିଫାଏଡ ଡ୍ରାଇଭର ଭାବେ ଦିଆଯିବ ପିଙ୍କ୍ ସାର୍ଟିଫିକେଟ । ଏହାଦ୍ବାରା ଏକ ସ୍ବତନ୍ତ୍ର ସିରିୟଲ ନମ୍ବର ଡ୍ରାଇଭରଙ୍କୁ ମଧ୍ୟ ଆଲର୍ଟ ହେବ ।

Spread the love