ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର ୧୯/୧୦: ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବାହାର କରାଗଲା ।

ସୂଚନା ଥାଉକି, ଧାମନଗର ଉପ-ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜେନ୍ଦ୍ର । କାରଣ ବିଜେଡିରୁ ଅବନ୍ତୀଙ୍କୁ ପ୍ରାର୍ଥୀ କରାଯିବା ପରେ ଅସନ୍ତୁଷ୍ଟ ଥିଲେ ରାଜୁ । ତେବେ ତାଙ୍କୁ ମନାଇବାକୁ ପହଞ୍ଚିଥିଲେ ଦଳର ବହୁ ହେବିଓ୍ୱେଟ୍ । ତଥାପି ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ନିଶ୍ଚିତ କରିଥିଲେ । ସ୍ୱାଧୀନ ଭାବେ ନାମାଙ୍କନ ବି ଦାଖଲ କରିଥିଲେ । ହେଲେ ଏବେ ଧଲ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ଏହି ପଦକ୍ଷେପ ପରେ ନିର୍ବାଚନରେ ତାଙ୍କ ସ୍ଥିତି କଣ ହେବ ତାହା ଫଳାଫଳ ପରେ ଜଣାପଡିବ ।

Spread the love