ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ, ରାଜ୍ୟକୁ ଅଧିକ ଅନୁଦାନ ଦାବି କରିବ ଶାସକ ଦଳ

ଭୁବନେଶ୍ୱର ୧୪।୧୨:  ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆସନ୍ତା ୧୫ ତାରିଖରେ ସେ ଓଡିଶାରେ ପହଞ୍ଚିବେ । ଏହି ସମୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ରାଜ୍ୟ ସରକାର ଉଠାଇପାରନ୍ତି । ଏହାସହିତ ଓଡିଶାକୁ ଫୋକସ ରାଜ୍ୟର ମାନ୍ୟତା ପୁଣି ଦୋହାରାଇପାରନ୍ତି । ଖାସ୍‌ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସ୍ଥାୟୀ ସମାଧାନ ପାଇଁ ଆର୍ଥିକ ସହାୟତା ଯୋଗାଇବା, ଓଡିଶାକୁ ଅଧିକ ଅନୁଦାନ ଦେବା, ବିଭିନ୍ନ ବିଭାଗର ଅବହେଳା ଆଦି ପ୍ରସଙ୍ଗ ରାଜ୍ୟ ସରକାର ଉଠାଇଵେ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।

ସେପଟେ ବିଜେପି ଫୋକସ ଷ୍ଟେଟର ମାନ୍ୟତା ବୋଲି କିଛି ନାହିଁ । ଓଡିଶାକୁ ଅନୁଦାନର ଅଭାବ ନାହିଁ । ଯେତିକି ମାଗିଛନ୍ତି, ତାଠାରୁ ଅଧିକ ମିଳିଛି । ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଆଗୁଆ ବୋଲି ରାଜ୍ୟ ସରକାର ସବୁବେଳେ କହୁଛନ୍ତି । ତାହେଲେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ନୀତି ଆୟୋଗ ଉପାଧ୍ୟକ୍ଷକୁ ନେଇ ଅଯଥା ରାଜନୀତି କରାନଯାଉ ବୋଲି ବିଜେପି କହିଛି ।

Spread the love