ରାଜୀବ ଗାନ୍ଧି ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ : ଶରଦ ପାଓ୍ବାର

ମୁମ୍ବାଇ : ଆସନ୍ତା ଜାନୁଆରି ୨୨ରେ ଅଯୋଧ୍ୟାରେ ନବ ନିର୍ମିତ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶର ଲୋକେ ପ୍ରତୀକ୍ଷା କରିଥିବାବେଳେ ତାହାକୁ ନେଇ ଚାଲିଥିବା ରାଜନୀତି ଜାରି ରହିଛି । ଏହି କ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଦାବି କରିଛନ୍ତି ଯେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କର୍ଣ୍ଣାଟକର ନିପାନିରେ ଏକ ସାଧାରଣ ସଭାରେ ପାୱାର କହିଛନ୍ତି “ଜାନୁଆରୀ ୨୨ ରେ ଅଯୋଧ୍ୟାର ରାମ ମନ୍ଦିରରେ ରାମ ଲାଲାଙ୍କ ପୂଜା ସମାରୋହ ଅନୁଷ୍ଠିତ ହେବ । ରାଜୀବ ଗାନ୍ଧିଙ୍କ କାର୍ଯ୍ୟକାଳ ରେ ପ୍ରଥମ ଶିଳାନ୍ୟାସ କରାଯାଇଥିଲା, କିନ୍ତୁ ଆଜି ବିଜେପି ଓ ଆରଏସଏସ ପକ୍ଷରୁ ଭଗବାନ ରାମଙ୍କ ନାମରେ ରାଜନୀତି କରାଯାଉଛି ।“

ସୂଚନାଯୋଗ୍ୟ ଯେ, ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ୧୯୮୬ ମସିହାରେ ବାବ୍ରି ମସଜିଦର ତାଲା ଖୋଲାଯିବାକୁ ଅନୁମତି ଦିଆଯାଇଥିଲା । ୧୯୮୯ ମସିହାରେ ଏଠାରେ ଏକ ମନ୍ଦିରର ଶିଳାନ୍ୟାସ କରିବାକୁ ବିଶ୍ବ ହିନ୍ଦୁ ପରିଷଦକୁ ଅନୁମତି ମିଳିଥିଲା ଓ ୧୯୯୨, ଡିସେମ୍ବର ୬ରେ କରସେବକମାନେ ମସଜିଦକୁ ଭାଙ୍ଗି ଦେଇଥିଲେ ।

Spread the love