କଂଗ୍ରେସ ପରିତ୍ୟାଗ କରି ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ ରାଜକିଶୋର ବେହେରା

ଭୁବନେଶ୍ୱର, ୧୮/୦୯: ଓଡିଶା ସମେତ ସମଗ୍ର ଭାରତବର୍ଷରେ କଂଗ୍ରେସ ଦଳ ଜନସାଧାରଣଙ୍କ ଆସ୍ଥା ହରାଇଛି।ଦଳୀୟ ଗୋଷ୍ଠୀକନ୍ଦଳରେ ଛନ୍ଦି ହୋଇ ପଡିଥିବା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦ ରାଜ୍ୟର ବିକାଶ ତଥା ଜନହିତ ପ୍ରସଙ୍ଗକୁ ଭୁଲିଯାଇ କେବଳ ସ୍ୱାର୍ଥବାଦୀ ହୋଇ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଭାରତବର୍ଷକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେବା ଅବସରରେ ବରିଷ୍ଠ ନେତା ରାଜକିଶୋର ବେହେରା କହିଛନ୍ତି।

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଗତ ୨୦୧୯ ସାଧାରଣ ନିର୍ବାଚନରେ ତିର୍ତୋଲ ବିଧାନସଭା ପ୍ରାର୍ଥୀ ରାଜକିଶୋର ବେହେରା ନିଜ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ବେହେରାଙ୍କ ସମେତ ଜଗତସିଂହପୁରର ପୂର୍ବତନ ବିଧାୟକ  କୈଳାସ ମଲ୍ଲିକ, ତିର୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ବିରତୋଳା ସରପଂଚ ରୁକସାନା ବେଗମ୍‌, ମୁଲିସିଙ୍ଗ ସରପଂଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ପଂଚାୟତ ସମିତି ସଦସ୍ୟା ଜ୍ୟୋର୍ତିମୟୀ ମହାନ୍ତି, ସଂଯୁକ୍ତା ଜେନା, ରାଣୀ ଚାପେବାର, ବିରତୋଲା ନାଏବ ସରପଂଚ ଅବଦୁଲ୍ କାଦିର ଖାନ୍‌, ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ମିନତୀ ଦଳେଇ, କଟରା ଅଂଚଳର ବରିଷ୍ଠ ନେତା ଅଶୋକ ମଲ୍ଲିକ, ମୁଲିସିଙ୍ଗ ଗ୍ରାମର ରଶ୍ମୀରଂଜନ ବିଶ୍ୱାଳ, ବିରିତୋଳା ଗ୍ରାମର ଲତିଫୁଦ୍ଦିନ, ବନବିହାରୀ ସାମଲ, ମେହେତାବ ଅଲ୍ଲୀ, ନିଆଜ ହକିମ୍‌, ସଦ୍ଦାମ ହୁସେନ୍‌, ସିକନ୍ଦର ଆଲମ ପ୍ରମୁଖ ଏବଂ ଚପଡା ଗ୍ରାମ ପୂର୍ବତନ ସରପଂଚ ଅଲେଖ ନାୟକ, ବରଗୋଳା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ବିମଳା ଜେନା, ତରିକୁନ୍ଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ସୁରେନ୍ଦ୍ର ରାଉତ, ବରଗୋଳା ଗ୍ରାମର ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ରାଜ୍ୟ ଉପସଭାନେତ୍ରୀ  ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

Spread the love