ବାଂଲାଦେଶୀ ଅନୁପ୍ରବେଶକୁ ନେଇ ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ପୋଲିସର କଡା ପାଟ୍ରୋଲିଂ

ରାଜନଗର: ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ପୋଲିସର କଡାକଡି ପାଟ୍ରୋଲିଂ । ଉପକୂଳରେ ଅନୁପ୍ରବେଶ ସୁରକ୍ଷା ପାଇଁ ମେରାଇନ୍‌ ଥାନା ପ୍ରତିଷ୍ଠା କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ଓ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ସବୁ ସାମୁଦ୍ରିକ ଥାନାକୁ ସର୍ତକ କରାଯାଇଛି । ଏନେଇ ପୋଲିସ ପାଟ୍ରୋଲିଂ କଡାକଡି କରିଛି । ନଦୀ ଓ ସମୁଦ୍ରରେ କିପରି ରହିଛି ପାଟ୍ରୋଲିଂ ସେନେଇ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦୋଳଗୋବିନ୍ଦ ଜେନା ।

Spread the love