ଜଙ୍ଗଲ ଭିତରେ ଅତର୍କିତ ଗୁଳି ବର୍ଷଣ କଲେ ମାଓବାଦୀ, ୨ଯବାନ ସହିଦ

ଛତିଶଗଡ଼ ରାଜନନ୍ଦଗାଓଁଠାରେ ମାଓ ହମଲା । ଏହି ଘଟଣାରେ ୨ଜଣ ଯବାନ ସହିଦ ହୋଇଛନ୍ତି । ମାଓବାଦୀମାନେ ଯବାନଙ୍କ ଗାଡ଼ି ମଧ୍ୟ ପୋଡ଼ିଦେଇଛନ୍ତି । ଜଙ୍ଗଲ ଭିତରୁ ମାଓବାଦୀମାନେ ଅତର୍କିତ ଗୁଳିଚାଳନା କରିବା ଦ୍ୱାରା ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜନନ୍ଦଗାଓଁ ଏସଡିପିଓ ଅଜିତ ଓଗରେ ।

Spread the love