ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୨୦ରେ ଆସୁଛନ୍ତି କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁଖତାର ଆବାସ ନକବୀ

ଏପ୍ରିଲ ୧୯ ତାରିଖ ଦିନ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର
କରିବା ପାଇଁ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ । ଶ୍ରୀ ସିଂହ  ମୟୁରଭଂଜ, ନୟାଗଡ ଏବଂ କଟକ
ସଦରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ
ରାଜ୍ୟ ମୁଖପାତ୍ର  ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଏପ୍ରିଲ ୨୦ ତାରିଖ ଦିନ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁଖତାର ଆବାସ ନକବୀ ଓଡିଶା ଗସ୍ତରେ
ଆସୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ନକବୀ ସାଲେପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ
ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love