ଭାରତର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ, ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଜାତୀୟ ଗଣମାଧ୍ୟମରେ ବଡ ବୟାନ ଦେଲେ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ କହିଛନ୍ତି, ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରିବୁ । ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କୁ ମୁହଁତୋଡ ଜବାବ ଦିଆଯିବ । ରାଜନାଥ କହିଛନ୍ତି, ଯଦି କୌଣସି ଆତଙ୍କବାଦୀ ଭାରତରେ ଅଘଟଣ ଘଟାଇ ପାକିସ୍ତାନ ଚାଲିଯାଏ ତେବେ ପାକିସ୍ତାନ ମାଟିରେ ତାଙ୍କୁ ମାରିକି ଆସିବୁ । ଭାରତ ପାଖରେ ସେହି କ୍ଷମତା ଅଛି ଏବଂ ପାକିସ୍ତାନ ଏହାକୁ ବୁଝି ସାରିଲାଣି । ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପିଓକେ ପୂର୍ବରୁ ଭାରତର ଥିଲା ଏବଂ ଆଜି ମଧ୍ୟ ଭାରତର ଅଛି । ଭାରତ ସହ ଆସିବାକୁ ପିଓକେ ଲୋକ ଚାହୁଁଛନ୍ତି । ଏଥିପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଦର୍ଶନ କରି ଆସୁଛନ୍ତି ।

Spread the love