ହିନ୍ଦୁଙ୍କ ଉପେରେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ବଢୁଛି ଅସନ୍ତୋଷ

ଆର୍ମି, ପୁଲିସ ଓ ସିଆରପିଏଫ୍ ମିଳିତ ଏକ ହିନ୍ଦୁ ପରିବାର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଆଉ ୧୮୦୦ ଯବାନଙ୍କୁ ମୁତୟନ କରାଯାଇଛି । ୧୮ ଟି କମ୍ପାନୀ ସିଆରପିଏଫ୍ ତଥା ୧୮୦୦ ସିଆରପିଏଫ୍ ଯବାନଙ୍କୁ ସେଠାରେ ମୁତୟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ରବିବାର ସନ୍ଧ୍ୟା ଏବଂ ସୋମବାର ସକାଳେ ସ୍ଥାନୀୟ ଦାଙ୍ଗିରି ଗାଁରେ କିଛି ହିନ୍ଦୁ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।ଯେଉଁଥିରେ ଦୁଇ ପିଲାଙ୍କ ସହ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଆହତ ହୋଇଥିଲେ । ଦୁଇ ଜଣ ଶସସ୍ତ୍ର ଆତଙ୍କବାଦୀ ରବିବାର ସନ୍ଧ୍ୟାରେ ତିନିଟି ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥଲେ ।

ସୋମବାର ପୁଣି ଆତଙ୍କବାଦୀମାନେ ଏକ ଘରେ ପଶି ଗୁଳିଚଳାଇଥିଲେ । ଫଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।ଏହି ଆକ୍ରମଣ ପରେ ରାଜୌରୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଇବା ହାତ ଥିବା କୁହାଯାଉଛି । ଗତ ତିନି ଦିନ ହେଲା ଶତାଧିକ ସୁରକ୍ଷା କର୍ମୀ ଆତଙ୍କବାଦିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଆର୍ମି, ପୁଲିସ ଏବଂ ସିଆରପିଏଫ୍ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ରାଜୌରୀ ଜିଲ୍ଲା ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଛି । ପ୍ରଶାସନର ବିଫଳତା ଯୋଗୁ ଏଭଳି ଆକ୍ରମଣ ହେଉଥିବା ଅଭିଯୋଗ ହୋଇଛି ।

Spread the love