ରାଜ୍ୟସଭା ଗଣିତ…

ରାଜ୍ୟସଭା ଗଣିତ କହୁଛି, ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ୧୪୫ ସଦସ୍ୟ ଅଛନ୍ତି। ଭୋଟ୍ ହିସାବ ଅନୁଯାୟୀ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ୧୦୦। ଯଦି ସମସ୍ତ ବିଧାୟକଙ୍କ ଭୋଟ୍ ବୈଧ ରହେ, ତେବେ ମୋଟ୍ ଭୋଟ୍ ହେଉଛି ୧୪,୫୦୦। ଏହି ସଂଖ୍ୟାରେ ଖାଲି ଥିବା ଆସନରେ ୧ ମିଶାଯାଇ ହରଣ କରାଯିବ। ଯେହେତୁ ତିନିଟି ଖାଲି ଥିବା ଆସନ ପାଇଁ ତିନିଟି ଅଲଗା ବିଜ୍ଞପ୍ତି ଜାରି ହୋଇଛି, ତେଣୁ ଖାଲି ଥିବା ଆସନ ସଂଖ୍ୟା ୧ ବୋଲି ଧରାଯିବ। ସେହି ହିସାବରେ ୧୪,୫୦୦ରେ ୨ ହରଣ କରାଗଲେ ୭,୨୫୦ ହେବ। ସେଥିରେ ପୁଣି ୧ ମିଶାଯିବ।ଫଳରେ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୭,୨୫୧ ଭୋଟ୍ ଦରକାର। ତେଣୁ ୭୩ ଜଣ ବିଧାୟକଙ୍କ ଭୋଟ୍ ପଡ଼ିଲେ ତାହା ମୂଲ୍ୟ ୭୩୦୦ ହେବ(ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ ୧୦୦ ହିସାବରେ)। ବିଧାନସଭାରେ ବିଜେଡିର ଏବେ ୧୧୧ ବିଧାୟକ ଅଛନ୍ତି। ଯେହେତୁ ପ୍ରତି ଆସନ ପାଇଁ ଅଲଗା ଅଲଗା ଭୋଟ୍ , ତେଣୁ ଜଣେ ପ୍ରାର୍ଥୀଙ୍କୁ ବିଜେଡିରୁ ୧୧,୧୦୦ ଭୋଟ୍ ମିଳିବାରେ ଅସୁବିଧା ନାହିଁ। ସେହି ହିସାବରେ ବିଜେଡିର ପ୍ରତି ପ୍ରାର୍ଥୀ ୭୩୦୦ ଭୋଟ୍ ପାଇଁ ବିଜୟୀ ହେବାରେ କୌଣସି ସମସ୍ୟା ନାହିଁ।ନିଜେ ମୁଖ୍ୟମନ୍ତ୍ରୀ ଗତକାଲି ସ୍ପଷ୍ଟ କରିଥିଲେ l

 

 

Spread the love