ବିଗିଡିଲା ରାକେଶ ବାପତଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ହେଲେ ଭର୍ତ୍ତି

ୱାଇଲ୍ଡ କାର୍ଡରେ ଏଣ୍ଟ୍ରି ପ୍ରତିଯୋଗୀ ଭାବରେ ‘ବିଗ୍ ବସ୍ ୧୫’ ରେ ପ୍ରବେଶ କରିଥିବା ଅଭିନେତା ରାକେଶ ବାପତଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା। ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିବାକୁ ପଡିଥିଲା। ତେବେ ରିପୋର୍ଟ ଅନୁଯାୟୀ, ହଠାତ୍ କିଡନୀରେ ଷ୍ଟୋନ୍‌ ସମସ୍ୟା ହେତୁ ତାଙ୍କୁ ବିଗ୍ ବସ୍ ଘରୁ ବାହାରକୁ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏକ ସୂତ୍ରରୁ ପ୍ରକାଶ ଯେ ନଭେମ୍ବର ୮ ତାରିଖ ରାତିରେ ରାକେଶ ବାପତ ତାଙ୍କ କିଡନୀରେ ଷ୍ଟୋନ୍‌ ଯୋଗୁଁ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ୱାସ୍ଥ୍ୟ ଅବନତି ହେତୁ ନିର୍ମାତାମାନେ ତାଙ୍କୁ ପୂର୍ବ ଦିନ ଅପରାହ୍ନରେ ବିଗ୍ ବସ୍ ଘରୁ ବାହାର କରି ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଜଣେ ଡାକ୍ତରଙ୍କ ତତ୍ତ୍ବବଧାନରେ ଅଛନ୍ତି। ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ସୁସ୍ଥ ହେବା ପରେ ସେ ପୁନର୍ବାର ଶୋ’କୁ ଫେରିବେ ।

ନିକଟରେ ରାକେଶ ବିଗ୍ ବସ୍ ରେ ପ୍ରବେଶ କରିଥିଲେ, ତାଙ୍କର ପୁର୍ବତନ ଗର୍ଲଫ୍ରେଣ୍ଡ ଶମିତା ଶେଟ୍ଟୀ ତାଙ୍କ ପ୍ରବେଶକୁ ନେଇ ବହୁତ ଖୁସି ଥିଲେ । ଉଭୟଙ୍କୁ ସୋ ଭିତରେ ଏକ ଡେଟ୍‌ରେ ପଠାଯାଇଥିଲା । ଯେଉଁଠାରେ ବିଶାଲ କୋଟିୟାନ୍ ଏବଂ ଜୟ ଭାନୁଶାଲି ସ୍ବତନ୍ତ୍ର ଭାବରେ ଚାଇନାର ଖାଦ୍ୟ ରାନ୍ଧିଥିଲେ। ଉଭୟେ ଡେଟ୍‌କୁ ବହୁତ ଉପଭୋଗ କରିଥିଲେ । ଏଥିସହିତ ଶମିତାଙ୍କ ପାଇଁ ରାକେଶ ସବୁଠାରୁ ବଡ ସପୋର୍ଟ ଥିଲେ । କିନ୍ତୁ ଶୋ’ରୁ ବାହାରିବା ପରେ ଶମିତା ଗଭୀର ଦୁଃଖିତ।

Spread the love