ଆଜି ରାକ୍ଷୀ ବନ୍ଧନ

ଭାଇ-ଭଉଣୀର ପବିତ୍ର ବନ୍ଧନ ରକ୍ଷା ବନ୍ଧନ। ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର। ସେଥିପାଇଁ ନିଜ ମନପସନ୍ଦର ରାକ୍ଷୀ କିଣି ଭାଇର ମଙ୍ଗଳ କାମନା କରି ତା’ ହାତରେ ବାନ୍ଧିଦେବା ପାଇଁ ଅପେକ୍ଷା କରିଛି ଭଉଣୀ।। ଭାଇ ପାଇଁ ମନ ପସନ୍ଦର ରାକ୍ଷୀ କିଣୁଛନ୍ତି ଭଉଣୀ। ସେପଟେ ବଡ଼ଦେଉଳରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ସାନଭାଇ କାଳିଆ ସାଆନ୍ତଙ୍କ ହାତରେ ବାସୁଙ୍ଗାପାଟର ରାକ୍ଷୀ ବାନ୍ଧିବେ ଭଉଣୀ ଦେବୀ ସୁଭଦ୍ରା। ସେଥିପାଇଁ ପରମ୍ପରା ଓ ରୀତିନୀତିରେ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି। ରାକ୍ଷୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପାଟେରା ସେବାୟତ। ପାଟେରା ସେବାୟତମାନେ ୪ଟି ପାଟ ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରି ଦେଇଥାନ୍ତି। ସକାଳଧୂପ ଓ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କୁ ବେଶ କରାଯାଇ ରାକ୍ଷୀ ଲାଗି କରାଯାଇଥାଏ। ସେପଟେ ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ କରାଯାଇଥାଏ। 

Spread the love