ବୟଫ୍ରେଣ୍ଡଙ୍କ ସହ ଥାନାକୁ ଗଲେ ରାକ୍ଷୀ ସାୱନ୍ତ

ମୁମ୍ବାଇ ୧୨।୦୬ : ରାକ୍ଷୀ ସାୱନ୍ତ ପ୍ରତିଦିନ କିଛି ନା କିଛି ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ବର୍ତ୍ତମାନ ସେ ତାଙ୍କର ନୂଆ ସମ୍ପର୍କକୁ ବିଷୟରେ ଖୁବ୍‌ ଆଲୋଚନା କରୁଛନ୍ତି । କିନ୍ତୁ ଏବେ ରାକ୍ଷୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କ୍ୟାମେରା ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ହିଁ ନୁହେଁ ତାଙ୍କ ବୟଫ୍ରେଣ୍ଡ ସହ ଥାନରେ ପହଞ୍ଚିଛନ୍ତି। ନିକଟରେ ରାକ୍ଷୀ ସାୱନ୍ତ ଗଣମାଧ୍ୟମ ଆଗରେ କାନ୍ଦିକି ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ତାଙ୍କ ବୟଫ୍ରେଣ୍ଡ ଆଦିଲଙ୍କ ସହ ମୁମ୍ବାଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ରାକ୍ଷୀ ଏହା ମଧ୍ୟ କହିଛନ୍ତି ତାଙ୍କୁ ବହୁତ ଖରାପ ଖରାପ ମେସେଜ୍‌ ମଧ୍ୟ ଆସୁଛି ।

ଗଣମାଧ୍ୟମ ସାମ୍ନାରେ ଏହା ମଧ୍ୟ କହିଛନ୍ତି କି ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହ୍ୟାକ୍ କରିଥିବା ନେଇ ସନ୍ଦେହ ଥିବାରୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ମୁଁ ତୁମକୁ ଏବଂ ଆଦିଲକୁ ବରବାଦ୍‌ କରି ଦେବି । ଦୁହିଁଙ୍କୁ ଏକାଠି ରହିବାକୁ ଦେବି ନାହିଁ । ରିତେଶଙ୍କୁ ମୋ ଜୀବନକୁ ନଷ୍ଟ କରୁଛନ୍ତି । କିନ୍ତୁ ମୋର ମୁମ୍ବାଇ ପୋଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସେ ମୋତେ ସମର୍ଥନ କରିବେ।

Spread the love