ଆଦିଲ ଫେବ୍ରୁଆରି ୨୦ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ଯିବାରୁ ଓକିଲଙ୍କୁ ଧନ୍ୟବାଦ ଜଣାଇଲେ ରାକ୍ଷୀ

ମୁମ୍ବାଇ: ଗିରଫ ‌ପରେ ଫେବ୍ରୁଆରି ୨୦ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ଗଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ଆଦିଲ, ରାକ୍ଷୀଙ୍କଠାରୁ ଟଙ୍କା ଠକି ନେଇଥିବା ବେଳେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଥିଲେ ରାକ୍ଷୀ। ଏହା ପରେ ଆଦିଲଙ୍କୁ ଫେବ୍ରୁଆରି ୭ରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବା ପରେ ଏବେ ତାଙ୍କୁ ଫେବ୍ରୁଆରି ୨୦ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ପଠାଯାଇଥିବା କହିଛନ୍ତି ରାକ୍ଷୀଙ୍କ ଓକିଲ।

ତାଙ୍କ ଓକିଲ କହିଛନ୍ତି ଯେ ରାକ୍ଷୀ ଜଣେ ପୀଡ଼ିତ ମହିଳା ଏବଂ ଜଣେ ପୀଡ଼ିତ ମହିଳାଙ୍କୁ ନ୍ୟାୟ ମିଳିଛି। ପ୍ରଥମ ଥର କୌଣସି ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବା ପରେ ପୁଲିସ ହେପାଜତକୁ ପଠାଯାଇଛି। ତେବେ ଆଦିଲଙ୍କୁ ଫେବ୍ରୁଆରି ୨୦ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ପଠାଯିବାରୁ ନିଜ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାକ୍ଷୀ।

ତେବେ ରାକ୍ଷୀ ପୂର୍ବରୁ ଅଭିଯୋଗ କରିଥିଲେ ‌ଯେ “ଆଦିଲ ମୋର ନଗ୍ନ ଭିଡିଓ ନେଇ ଲୋକଙ୍କୁ ବିକ୍ରି କରିଛନ୍ତି। ଏହି ଘଟଣା ପାଇଁ ସାଇବର ଅପରାଧ ବିଭାଗରେ ମୁଁ ଅଭି‌ଯୋଗ କରିଛି। ସେ ବର୍ତ୍ତମାନ ତୃତୀୟ ଥର ପାଇଁ ତନୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମୁଁ ଏବେ ବି ତାଙ୍କୁ ଭଲ ପାଏ ଏବଂ ତାଙ୍କୁ ସବୁବେଳେ ଭଲ ପାଇବି। କିନ୍ତୁ ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି, ମୋତେ ପ୍ରତାରଣା ଦେଇଛନ୍ତି। ମୋତେ ହିରୋ କର ବୋଲି କହି ସେ ମୋତେ ସବୁବେଳେ ମାଡ ମାରୁଥିଲେ। ଗଣମାଧ୍ୟମ ଆଗରେ ସେ ଜଣେ ବଡ ବ୍ୟବସାୟୀ ଏବଂ ସେ ମୋତେ ରହିବାକୁ ଏକ ଘର ଦେଇଛନ୍ତି ବୋଲି କହିବାକୁ ବାଧ୍ୟ କରିଥିଲେ। ଏଭଳି ନକେଲ ମୋତେ ବିବାହ କରିବେ ନାହିଁ ବୋଲି କହିଥିଲେ। ଏହା ସହ ସେ ଅନ୍ୟ ମହିଳାମାନଙ୍କ ସହିତ ଶୋଇବେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ମୋତେ ପଠାଇବେ ବୋଲି କହିଥିଲେ। ତାଙ୍କ କଥା ନମାନିଲେ ୫୦,୦୦୦ଟଙ୍କା ଦେଇ ମୋ ଉପ‌ରେ ଟ୍ରକ ଚଢ଼ାଇ ଦେବେ ବୋଲି ଧମକ ଦେଉଥିଲେ। ମୁଁ ପାଇଥିବା ସବୁଠୁ ବଡ ଆଶ୍ଚର୍ଯ୍ୟ କଲା ଭଳି ଖବର ହେଉଛି ଆଦିଲ ପୂର୍ବରୁ ବିବାହିତ ଥିଲେ। ସେ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମୋତେ ଫୋନ କରି କହିଛନ୍ତି ଯେ, ‘ମୁଁ ଜଣେ ହିନ୍ଦୁ ଥିଲି। କିନ୍ତୁ ସେ ମୋତେ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ।”

Spread the love